କନକ ବ୍ୟୁରୋ : ନିର୍ବାଚନ ବର୍ଜନ ପାଇଁ ପୂର୍ବରୁ ଧମକ ଦେଇ ଆସୁଥିବା ନକ୍ସଲ ହିଂସାକାଣ୍ଡ ଘଟାଇ ନିର୍ବାଚନକୁ ଭଣ୍ଡୁର କରିବାକୁ ବାରମ୍ବାର ଉଦ୍ୟମ କରି ବିଫଳ ହୋଇଛନ୍ତି। ଯୋଜନାବଦ୍ଧ ଭାବେ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ହାମଲା କରିଛନ୍ତି ନକ୍ସଲ। ଅନ୍ୟପଟେ ନକ୍ସଲଙ୍କ କାଣ୍ଡ ସତ୍ତ୍ବେ ବହୁ ସଂଖ୍ୟାରେ ଲୋକ ମତଦାନ ଅଧିକାରକୁ ସାବ୍ୟସ୍ତ କରି ନକ୍ସଲଙ୍କ ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି। ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କରାଯାଇଛି। ସେହିପରି ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କ ସତର୍କତା ସହ ପାଲଟା ଆକ୍ରମଣ ଯୋଗୁଁ ୫ ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଛି।

Advertisment

publive-imageମାଲକାନଗିରି ସୀମାନ୍ତ ଛତିଶଗଡ଼ର ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏଥିପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତଥାପି ବିଜାପୁର, ସୁକମା, କାଂକେର, ଦନ୍ତେୱାଡା ଜିଲ୍ଲାରେ ହିଂସାକାଣ୍ଡ ଘଟାଇଛନ୍ତି ନକ୍ସଲ।  ବିଜାପୁର ଜିଲ୍ଲାର ପାମେଡ ଅଂଚଳରେ ସର୍ଚ୍ଚ ଅପରେସନ କରୁଥିବା କୋବ୍ରା ଯବାନଙ୍କ ଉପରେ ନକ୍ସଲ ଗୁଳି ବର୍ଷଣ କରିଥିଲେ। କୋବ୍ରା ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲା। ଉଭୟପଟୁ ପ୍ରାୟ ୪ ଘଣ୍ଟା ଧରି ଗୁଳି ବିନିମୟ ଘଟିଥିଲା। ନକ୍ସଲଙ୍କ ଗୁଳିରେ ୪ଜଣ ଯବାନ ଆହତ ହୋଇଥିବା ବେଳେ ୫ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତ ନକ୍ସଲଙ୍କୁ ଚିହ୍ନଟ କରାଯାଇନାହିଁ।