ଦ୍ୱିତୀୟ ଦିନରେ ବିଜେଡିର ପଂଚାୟତ ସମୀକ୍ଷା ! ତୃଣମୂଳ ସ୍ତରରେ ସଂଗଠନ ସଜାଡିବାକୁ ମନ୍ତ୍ର ଫୁଙ୍କିଲେ ନବୀନ

31

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ଝଟକା ପରେ ଏବେ ତୃଣମୂଳ ସ୍ତରକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ । ପୂର୍ବରୁ ଜିଲ୍ଲା ତଥା ବ୍ଲକ୍ ସ୍ତରର ନେତାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସ୍ୱପ୍ନ ହୋଇଥିବା ବେଳେ ଏବେ ନିଜେ ନବୀନ ସିଧାସଳଖ ପଂଚାୟତ ପ୍ରତିନିଧିଙ୍କ ସହ ସିଧାସଳଖ କଥା ହେଉଛନ୍ତି ।

ଗତକାଲି ଯାଜପୁର ଓ କୋରାପୁଟ ଜିଲ୍ଲାର ନବନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କୁ ଭେଟିଥିବା ବେଳେ ଆଜି ମୟୂରଭଂଜ ଜିଲ୍ଲାର ପ୍ରତିନିଧିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ପଂଚାୟତ ସ୍ତରରେ କିପରି ସଂଗଠନ ମଜବୁତ କରାଯିବ ସେ ନେଇ ପ୍ରତିନିଧିମାନଙ୍କ ସହ ଖୋଲାଖୋଲି ଆଲୋଚନା କରିବେ ନବୀନ । ତେବେ ୨୪ ତାରିଖ ଭିତରେ ପ୍ରାୟ ସବୁ ଜିଲ୍ଲାର ପ୍ରତିନିଧିଙ୍କୁ ଭେଟି ନବୀନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –