ବିଜେପୁର ବିଜୟ ପାଇଁ ‘ରୀତା’ଙ୍କ ନାଁରେ ବାଜି ଖେଳିଲେ ନବୀନ । ତୃଣମୁଳ ସ୍ତରରେ ମିଳିବ ତ’ କର୍ମୀଙ୍କ ସହଯୋଗ?

186

କନକ ବ୍ୟୁରୋ : ବିଜେପୁରରେ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ନେଇ ଲାଗି ରହିଥିବା ସସପେନ୍ସରୁ ପରଦା ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।rita sahu ବିଜେପୁରରୁ ବିଜେଡିର ପ୍ରାର୍ଥୀ ଭାବେ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି ନବୀନ । ଏହାଫଳରେ ବିଜେପୁରରେ ରୀତା ସାହୁଙ୍କୁ ନେଇ ଲାଗି ରହିଥିବା ସସପେନ୍ସରେ ଯବନିକା ପଡିଛି । ସାଧାରଣତଃ ଏହିସବୁ କଥାରେ ନବୀନ ମିଡିଆ ଆଗରେ ପୂର୍ବରୁ ମୁହଁ ଖୋଲୁ ନଥିଲେ । କିନ୍ତୁ ରୀତା ସାହୁଙ୍କ କ୍ଷେତ୍ରରେ ଚୁପ ବସିନଥିଲେ ନବୀନ । ରୀତା ସାହୁଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରି ବିରୋଧୀଙ୍କ ମୁହଁ ଚୁପ କରିବା ସହ ଏହି ଘଟଣାରେ ପୂର୍ଣ୍ଣଛେଦ ପକାଇଥିଲେ । ତାହାସହ ବିଜେପୁରରେ ବିଜେଡିରେ ଲାଗି ରହିଥିବା କନ୍ଦଳ ଶୀଘ୍ର ଦୂର ହେବ ବୋଲି କହିଛନ୍ତି ନବୀନ ।

NABIN-FEAR-BGଗତ ଦୁଇଦିନ ପୂର୍ବେ ଦିଂବଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଓ ପରିବାର ବିଜେଡିରେ ମିଶିବା ପରେ ବିଜେପୁର ରାଜନୀତି ସରଗରମ ହୋଇ ଉଠିଥିଲା । ଏହାପରେ ବିଜେପୁର ବିଜେଡିରେ ଆରମ୍ଭ ହୋଇଯାଇଥିଲା ଛକାପଞ୍ଝା । ବିଜେଡିରେ ମିଶିବା ପରେ ସୁବଳଙ୍କ ପରିବାର ତରଫରୁ ତାଙ୍କୁ ବିଜେଡି ଟିକଟ ମିଳିବ ବୋଲି ଦୃଢ ସହକାରେ କହୁଥିଲେ । । କିନ୍ତୁ ଗତକାଲି ପ୍ରସନ୍ନ ଆଚାର୍ଯ୍ୟଙ୍କ ବାଣ ବିଜେପୁର ରାଜନୀତିକୁ ଉଷ୍ମ କରିଥିଲା । ପ୍ରସନ୍ନ କହିଥିଲେ, ବିଜେପୁରର ପାଇଁ ଦଳ ତରଫରୁ କୌଣସି ପ୍ରାର୍ଥୀ ଠିକ୍ କରାଯାଇ ନାହିଁ । ତାହା ସହ ଏଠାରୁ କିଏ ପ୍ରାର୍ଥୀ ହେବ ସେ ନିଷ୍ପତି ଦଳର ସୁପ୍ରିମୋ ନବୀନ ନେବେ । ସବୁ ଦିଗରୁ ବିଚାର କରାଯାଇ ବିଜେପୁରରେ ପ୍ରାର୍ଥୀ କରାଯିବ ବୋଲି ସେ କହିଥିଲେ । ଯାହ ସୂଚାଉଥିଲା ଯେ ସେ ରୀତା ସାହୁଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁ ନାହାନ୍ତି । କିନ୍ତୁ ଆଜି ନବୀନଙ୍କ ଘୋଷଣା ପରେ ୟୁଟର୍ଣ୍ଣ ମାରିଛନ୍ତି ପ୍ରସନ୍ନ । ବିଜେପୁର ଆସନରେ ବିଜେଡି ବହୁମତ ପାଇବ ଏବଂ ଅଧିକ ସଂଖ୍ୟକ ଭୋଟରେ ଜିତିବ ବୋଲି ସେ କହିଛନ୍ତି । ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ନେଇ ଅପ୍ରସନ୍ନ ଥିବା ପ୍ରସନ୍ନଙ୍କ ମନ ହଠାତ୍ ବଦଳିଗଲା କେମିତି ? ସୁପ୍ରିମୋଙ୍କ ଚାପ ଆଗରେ ମୁଣ୍ଡ ନୂୁଆଁଇଲେ କି ପ୍ରସନ୍ନ । ଏଭଳି ନାନାଦି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଙ୍କି ମାରୁଛି ।

prasana acharyaତେବେ ଏସବୁ ଭିତରେ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବିଜେଡି କର୍ମୀ । ସ୍ଥାନୀୟ ନେତା ଓ କର୍ମୀଙ୍କ ମନରେ ରୀତା ସାହୁଙ୍କୁ ନେଇ ବିରୋଧର ସ୍ୱର ଦେଖିବାକୁ ମିଳିଛି । ସୁବଳଙ୍କ ପରିବାର ବର୍ଗଙ୍କୁ ଯେପରି ଭାବେ ବିଜେଡିରେ ସାମିଲ କରାଯାଇଛି ଏଥିରୁ ବିଜେପୁର ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ଉପେକ୍ଷା କରାଯାଇଛି ବୋଲି କର୍ମୀମାନେ କହିଛନ୍ତି । ଏ ନେଇ ଗତକାଲି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ଘରେ ବିଜେପୁର, ବରପାଲି ଓ ଗାଇସିଲେଟ ବ୍ଲକର ଶତାଧିକ କର୍ମୀ ଓ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ବୈଠକକୁ କୌଣସି ସ୍ଥାନୀୟ ନେତା ବା କର୍ମୀଙ୍କୁ ଡକା ଯାଇନଥିଲା । ଯାହାକୁ ନେଇ ସ୍ଥାନୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଭାବେ ନବୀନ ଘୋଷଣା କରିବା ପରେ ଏହି ଅସନ୍ତୁଷ୍ଟ ନେତା ବିଦ୍ରୋହୀର ଭୂମିକା ନିଭାଇବେନି ତ ? ଏଭଳି ଅସୁମାରୀ ପ୍ରଶ୍ନରେ ବାନ୍ଧି ହୋଇରହିଛି ବିଜେପୁରର ବିଧାନସଭା ଆସନ ।

sushant singhଏବେ ଆସିବା ପତିଆରା ଲଢେଇକୁ । ରୀତା ସାହୁ ବିଜେପୁରରୁ ବିଜେଡି ପ୍ରାର୍ଥୀ ହେଲେ ବିଧାୟକରୂୁ ସାଂସଦ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ଦବଦବା ଏକରକମ ହ୍ରାସ ପାଇବା ନିଶ୍ଚିତ । ଏପରିକି ବିଜେପୁରରୁ ଆଚାର୍ଯ୍ୟ ପରିବାରର ଦବଦବା ଲୋପ କରିବା ପାଇଁ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରାଯାଉଛି ବୋଲି ଚର୍ଚ୍ଚା ହେଉଛି । ଆଉ ଏହାର ମଙ୍ଗ ଧରିଛନ୍ତି ଭଟଲିର ଟାଣୁଆ ବିଧାୟକ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ । ସୁଶାନ୍ତଙ୍କ ଗୋଟିଚାଳନା ଯୋଗୁଁ ସୁବଳଙ୍କ ପରିବାର ବିଜେଡିରେ ମିଶିଥିବା ଚର୍ଚ୍ଚା ହେଉଛି । ଆଉ ଏହାର ପୂରା ମାଇଲେଜ ନେଇଛନ୍ତି ସୁଶାନ୍ତ । ଖାଲି ରୀତାଙ୍କୁ ଦଳରେ ମିଶାଇ ନାହାନ୍ତି ବରଂ ନବୀନଙ୍କୁ ଏକଥା ମଧ୍ୟ ବୁଝାଇଛନ୍ତି ଯେ,ରୀତାଙ୍କୁ ଦଳୀୟ ପ୍ରାର୍ଥୀ କରାଯିବା ଦ୍ୱାରା ବିଜେପୁରରେ ବିଜେଡିର ବିଜୟ ସମ୍ଭାବନା ଅଧିକ ରହୁଛି । କାରଣ ଉଭୟ ବିଜେଡି ଓ ସୁବଳଙ୍କ ସମର୍ଥିତ କଂଗ୍ରେସ ଭୋଟ ସହ ଅନୁକମ୍ପାକମୂଳକ ଭୋଟ ମିଶିଗଲେ ବିଜେଡିର ବିଜୟ ସୁନିଶ୍ଚିତ ।

subala sahooସୁବଳ ସାହୁଙ୍କ ପରିବାରର ମିଶ୍ରଣ ପଛରେ, ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭୁମିକା ବେଶ ଗୁରୁତ୍ୱପୁର୍ଣ୍ଣ ଥିଲା । ସୁବଳଙ୍କ ପରିବାରକୁ ବୁଝାଇବା ଠାରୁ ଆରମ୍ଭ କରି ହଜାର ହଜାର କର୍ମୀଙ୍କୁ ନବୀନ ନିବାସ ଯାଏଁ ଆଣିବା ସବୁ ହେଉଥିଲା ସୁଶାନ୍ତ ସିଂଙ୍କ ନିର୍ଦ୍ଦେଶରେ । ଏଠି ଚିତ୍ରରେ ନଥିଲେ ପ୍ରସନ୍ନ ଆଚାର୍ୟ୍ୟ । ବରଗଡ ରାଜନୀତିର ଏହି ଟାଣୁଆ ନେତା ଜାଣିଶୁଣି ଏଥିରୁ ନିଜକୁ ଦୁରେଇ ରଖିଲେ ନା ଏହା ପଛରେ ଆଉ କିଛି କାରଣ ରହିଛି । ବିଜୁ ଜନତା ଦଳର ଅନ୍ଦର ମହଲ କହୁଛି, ବିଜେପୁର ଉପ ନିର୍ବାଚନରେ ସୁଶାନ୍ତ ସିଂ ଗୁରୁତ୍ୱପୁର୍ଣ୍ଣ ଭୁମିକାରେ ଆସିବେ । ଏପରିକି ସ୍ଥାନୀୟ ସ୍ତରରେ ତାଙ୍କ ଦବଦବା ବେଶ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ତାହେଲେ, ଆଚାର୍ୟ୍ୟ ପରିବାରର ସ୍ଥିତି କଣ ବରଗଡ ରାଜନୀତିରେ ଗୈାଣ ହେଉଛି କି? ଭଟଲି ନିର୍ବାଚନ ମଣ୍ଡଳୀ ଆଉ ବିଜେପୁର ଭିତରେ ଦୁରତା ଅନେକ । ତେଣୁ ସୁଶାନ୍ତ ସିଂ ଉପ ନିର୍ବାଚନ ବାବଦ ଦାୟିତ୍ୱ ପାଇବା ଅର୍ଥ, ପ୍ରସନ୍ନ ଆଚାର୍ୟ୍ୟ କଣ ନିଜକୁ ଏଥିରୁ ଦୁରେଇ ରଖିବେ କି?

କାହିଁକି ଗୁରୁତ୍ୱପୂର୍ଣ୍ଣ ବିଜେପୁର?
BATTLE-GROUND_00208-300x240୨୦୦୪, ୨୦୦୯ ଓ ୨୦୧୪ ଲଗାତର ତିନିଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ୨୦୧୪ରେ ଯେତେବେଳେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବୋହୁଥିଲେ ସେତେବେଳେ ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ୪୫୮ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଦବଦବାକୁ ଜାହିର କରିଥିଲେ । ଏହାରି ଭିତରେ ରାଜ୍ୟ ରାଜନୀତିର ସମୀକରଣ ବଦଳିଛି । ୧ ନମ୍ବର ଦଳ ଯଦିଓ ବିଜେଡି ରହିଛି, ତେବେ କଂଗ୍ରେସକୁ ଦୁଇ ନମ୍ବର ସ୍ଥାନରୁ ହଟାଇ ବିଜେପି ସେହି ସ୍ଥାନ ଦଖଲ କରିଛି । ପଂଚାୟତ ନିର୍ବାଚନ ପରେ ଏହି ରାଜନୈତିକ ସମୀକରଣ, ବିଜେପୁର ଉପନିର୍ବାଚନର ଗୁରୁତ୍ୱକୁ ବଢାଇଦେଇଛି ।

bjpଗତ ଫେବୃୟାରୀ ମାସରେ ହୋଇଥିବା ପଂଚାୟତ ନିର୍ବାଚନ ରାଜ୍ୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଆଣିଛି । ରାଜ୍ୟରେ ୨ ନମ୍ବର ଦଳ ହୋଇଛି ବିଜେପି । ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସିଛି । ରାଜ୍ୟ ରାଜନୀତିରେ, ବିଜେଡି ପାଇଁ ବିଜେପି ଆଡୁ ଅଧିକ ବିପଦ ଥିବା ସମୀକ୍ଷକ ଲଗାତର ମତ ଦେଉଛନ୍ତି । ତେଣୁ ହେବାକୁ ଥିବା ଉପନିର୍ବାଚନ ସମସ୍ତଙ୍କ ପାଇଁ ବଡ ଚାଲେଂଜ ଆଣିଛି । ପଂଚାୟତ ନିର୍ବାଚନରେ ୪୭୩ ଆସନ ସହ ୧ ନମ୍ବର ଦଳ ବିଜେଡି । ତେବେ ବଡ କଥା ହେଉଛି, ୨୦୧୨ ତୁଳନାରେ ୨୫% ଆସନ ଦଳ ହରାଇଥିଲା । ୨୯୭ ଆସନରେ ବାଜିମାତ୍ କଲା ବିଜେପି । ୨୦୧୨ ତୁଳନାରେ ବିଜେପି ୯ ଗୁଣା ଅଧିକ ଆସନ ପାଇଲା । ହେଲେ କଂଗ୍ରେସ ମାତ୍ର ୬୦ ଆସନରେ ଜିତିବାକୁ ସକ୍ଷମ ହେଲା । ୨୦୧୨ ତୁଳନାରେ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଲା । ତେଣୁ ବିଜେପୁର ଉପ ନିର୍ବାଚନ ଏବେ ସମସ୍ତଙ୍କୁ ନିଜ ପତିଆରା ପ୍ରଦର୍ଶନ ପାଇଁ ମୌକା ଆଣିଦେଇଛି ।

କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ
congressବିଜେପୁରକୁ କଂଗ୍ରେସର ଗଡ ଭାବେ ପରିଣତ କରିଥିଲେ ସୁବଳ ସାହୁ । ଲଗାତ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ମେଂଟରେ ଲଢିଥିଲେ ବିଜେଡି ଓ ବିଜେପି । ୨୦୦୯ ଓ ୨୦୧୪ରେ ଅଲଗା ଅଲଗା ଲଢିଥିଲେ । ତଥାପି ମଧ୍ୟ ସୁବଳଙ୍କୁ ଚାଲେଂଜ ଦେବାରେ ସକ୍ଷମ ହୋଇନଥିଲେ । ତେଣୁ ନିଜ ଗଡ ବଂଚାଇବାକୁ କଂଗ୍ରେସ ସମର୍ଥ ହେଉଛି କି ନାହିଁ, ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ରାଜ୍ୟରେ କଂଗ୍ରେସ ଏବେ ନେତୃତ୍ୱ କନ୍ଦଳ ଦେଇ ଗତିକରୁଛି । ଦଳଭିତରେ ସବୁକିଛି ଠିକ ନଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ପିସିସି ପରିବର୍ତ୍ତନର ହାୱା ଜୋରେ ବହୁଛି । ତେଣୁ ଅସଜଡା ଘର ଆଉ ସଂଗଠନକୁ ଧରି କଂଗ୍ରେସ କିଭଳି ନିର୍ବାଚନକୁ ସାମ୍ନା କରିବ, ଏବେ ଏହା ବଡ ପ୍ରଶ୍ନ ।

ସେହିଭଳି ଏହି ଉପ ନିର୍ବାଚନ ବିଜେପି ପାଇଁ ମଧ୍ୟ ମହତ୍ୱପୁର୍ଣ୍ଣ । କାରଣ ରାଜ୍ୟରେ ରାଜନୈତିକ ଶକ୍ତି ବୃଦ୍ଧି କରି ଆଗାମୀ ଦିନରେ ସରକାର ଗଠନ କରିବାକୁ ଲକ୍ଷ ରଖୁଥିବା ଏହି ଦଳକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି, ତାର ମଧ୍ୟ ଫଇସଲା କରିବ ଏହି ଉପ ନିର୍ବାଚନ । ରାଜ୍ୟରେ ୧୨୦ ଆସନ ଜିତିବାର ଦୃଢୋକ୍ତି ଦେଇ ଯାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରାଜ୍ୟ କାର୍ୟ୍ୟକାରିଣୀ ବେଳେ ୧୨୦ ଆସନ ଜିତିବାକୁ ରୋଡମ୍ୟାପ ତିଆରି ହେଲା । ୩ ଦିନିଆ ଓଡିଶା ଗସ୍ତରେ ଆସି ରୀତିମତ ନେତାଙ୍କୁ ପାଠ ପଢାଇଲେ ଅମିତ ଶାହା । ଆଉ ଯାହାର ପରୀକ୍ଷା ପାଇଁ ମୈଦାନ ହେବ ବରଗଡ । ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଅଂଚଳରେ ନିଜ ଦବଦବା ଜାହିର କରିଥିଲା ଭାରତୀୟ ଜନତା ପାର୍ଟି । ସେହି ଦୃଷ୍ଟିକୋଣରୁ ଏହା ବିଜେପି ପାଇଁ ମଧ୍ୟ ଏସିଡ ଟେଷ୍ଟ ହେବ । ଯାହା ଆଗାମୀ ଦିନରେ ବିଜେପିର ଦିଶା ଆଉ ଦଶା ନିର୍ଦ୍ଧାରଣ କରିବ ।

BJD_241214ସେହିଭଳି ଶାସକ ବିଜେଡି ପାଇଁ ମଧ୍ୟ ଏହା ଆହ୍ୱାନ ଆଣିବ । କାରଣ ରାଜ୍ୟରେ ଦଳର ଲୋକପ୍ରିୟତା କମୁଥିବା କଥା ଚର୍ଚ୍ଚା ହେଉଛି । ଲଗାତର ଭାବେ ଏହି ଦିଗକୁ ଟାର୍ଗେଟ କରି ଆସୁଛନ୍ତି ଅନ୍ୟ ରାଜନୈତିକ ଦଳ । ତେଣୁ ଶାସକ ଦଳ ନିଜ ଦବଦବା ବଜାୟ ରଖିପାରୁଛି କି ନାହିଁ, ତାହା ମଧ୍ୟ ଏହି ଉପ ନିର୍ବାଚନ ନିର୍ଦ୍ଧାରଣ କରିବ । ବରଗଡରେ ଦଳର ପ୍ରଦର୍ଶନ ପଂଚାୟତ ନିର୍ବାଚନରେ ଠିକ ନଥିଲା । ତେଣୁ ଆଗାମୀ ଦିନରେ ଦଳ ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିବାକୁ ଏହାକୁ ମାଧ୍ୟମ କରିପାରେ । ଏହାରି ଭିତରେ କିନ୍ତୁ ନବୀନ ମାରିଛନ୍ତି ମାଷ୍ଟରଷ୍ଟ୍ରୋକ୍ । ସୁବଳଙ୍କ ପରିବାର ସଦସ୍ୟଙ୍କୁ ଦଳରେ ମିଶାଇ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଢେର ଆଗକୁ ବଢିଯାଇଛନ୍ତି । ତେଣୁ ପ୍ରଥମ ରାଉଣ୍ଡରେ ଆଗରେ ଥିବା ନବୀନ, ଅନ୍ୟ ରାଉଣ୍ଡରେ ମଧ୍ୟ ଆଗରେ ରହିବେ କି, ତାହା ଏବେ ବଡ ପ୍ରଶ୍ନ ।

ବିଜେପୁର ଗଣିତ
୨୦୦୪ରେ ଏହି ଆସନରୁ ଲଢିଥିଲେ ୮ ଜଣ ପ୍ରାର୍ଥୀ । ସେତେବେଳେ ରାଜ୍ୟରେ ଥିଲା ବିଜେଡି-ବିଜେପି ମେଂଟ । କଂଗ୍ରେସ ଟିକେଟରୁ ଲଢିଥିଲେ ସୁବଳ ସାହୁ । ଆଉ ବିଜେଡିର ପ୍ରାର୍ଥୀ ହୋଇଥିଲେ ଅଶୋକ କୁମାର ପାଣିଗ୍ରାହୀ । ସୁବଳ ସାହୁ ପାଇଥିଲେ ୬୬ ହଜାର ୪୦୭ ଭୋଟ ଆଉ ବିଜେଡି ପ୍ରାର୍ଥୀ ପାଇଥିଲେ ୪୪ ହଜାର ୪୮୯ ଭୋଟ । ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାନସଭାରେ ପ୍ରବେଶ କରିଥିଲେ ସୁବଳ ସାହୁ ।
୨୦୦୯ରେ ଏହି ଆସନରୁ ଲଢିଥିଲେ ୭ ଜଣ ପ୍ରାର୍ଥୀ । ଏହି ସମୟ ବେଳକୁ ଭାଙ୍ଗିଯାଇଥିଲେ ବିଜେଡି ବିଜେପି ମେଂଟ । କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ସୁବଳ ସାହୁ, ବିଜେଡିରୁ ପ୍ରଭାତ ଆଦିତ୍ୟ ମିଶ୍ର ଓ ବିଜେପିରୁ ମହମ୍ମଦ ରଫିକ୍ । ହେଲେ ପୁଣି ଚାଲିଥିଲା ସୁବଳ ସାହୁଙ୍କ ଯାଦୁ । ସୁବଳ ପାଇଥିଲେ ୫୬ ହଜାର ୮୬୪ ଭୋଟ । ବିଜେଡି ପାଇଥିଲା ୪୭ ହଜାର ୮୯୩ ଓ ବିଜେପି ପାଖକୁ ଯାଇଥିଲା ୧୯ ହଜାର ୪୯୩ ଭୋଟ । ବିଜେଡି ଓ ବିଜେପିକୁ ମାତ ଦେଇ ଦ୍ୱିତୀୟ ଥର ପାଇଁ ବିଧାନସଭା ଆସିଥିଲେ ସୁବଳ ସାହୁ ।

୨୦୧୪ରେ ସାରା ଦେଶରେ ମୋଦି ହାୱା ବହୁଥାଏ ଓ କଂଗ୍ରେସର ଏକ ନକରାତ୍ମକ ଚିତ୍ର ଭୋଟରଙ୍କ ସାମ୍ନାରେ ଥାଏ । ଏଭଳି ସ୍ଥିତିରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ସୁବଳ ସାହୁ । କଂଗ୍ରେସରୁ ଲଗାତର ତୃତୀୟ ଥର ପାଇଁ ସେ ହୋଇଥିଲେ ପ୍ରାର୍ଥୀ । ଆଉ ବିଜେଡି ନିଜର ବଡ କାର୍ଡ ଖେଳିଥିଲା ସୁବଳ ସାହୁଙ୍କ ବିରୋଧରେ । ନବୀନଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା ତଥା ପଶ୍ଚିମ ଓଡିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ୟ୍ୟଙ୍କୁ ମୈ÷ଦାନକୁ ଓହ୍ଲାଇଲେ ନବୀନ । ଆଉ ବିଜେପି ପ୍ରାର୍ଥୀ କରିଥିଲା ଜୟ ଶଙ୍କର ପଟ୍ଟନାୟକଙ୍କୁ । ହେଲେ ତମାମ ଗୋଟିଚାଳନା ଓ ମୋଦି ହାୱାକୁ ମାତ ଦେଇ ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହେଲେ ସୁବଳ ସାହୁ । ଲଢେଇ ଜୋରଦାର ଥିଲେ ବି କଂଗ୍ରେସ ବାଜି ମାରିନେଇଥିଲା । ସୁବଳ ସାହୁ ପାଇଥିଲେ ୫୩ ହଜାର ୨୯୦ ଭୋଟ । ପ୍ରସନ୍ନ ଆଚାର୍ୟ୍ୟଙ୍କୁ ୫୨ ହଜାର ୮୩୨ ଭୋଟ ମିଳିଥିବା ବେଳେ ଜୟ ଶଙ୍କର ପଟ୍ଟନାୟକଙ୍କୁ ମିଳିଥିଲା ୩୦ ହଜାର ୧ ଭୋଟ ।

ଅଗ୍ନିପରୀକ୍ଷା ହେବ ଉପନିର୍ବାଚନ
political battleମୋଟାମୋଟି ଦେଖିବାକୁ ଗଲେ ଏହା ସିନା ଗୋଟିଏ ଉପନିର୍ବାଚନ, ହେଲେ ତିନି ରାଜନୈତିକ ଦଳ ପାଇଁ ଏହା ଅଗ୍ନି ପରୀକ୍ଷା । ବିଜେଡି, ବିଜେପି ଓ କଂଗ୍ରେସର ଭାଗ୍ୟ ଏହା ନିର୍ଦ୍ଧାରଣ କରିବ । ଯାହା ସଂକେତ ମଧ୍ୟ ଦେବ ଓଡିଶାର ମୁଡ୍ କଣ ଏବଂ ଆଗାମୀ ଦିନରେ ରାଜ୍ୟ ରାଜନୀତି କୁଆଡେ ଯାଇପାରେ ତାର ସଂକେତ ମଧ୍ୟ ଏହି ଉପ ନିର୍ବାଚନରୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଭୋଟ୍ ଯାହା ହେବ ସେହି ଅନୁସାରେ ୨୦୧୯ ପାଇଁ ରାଜନୀତିର ଚର୍ଚ୍ଚା ଆରମ୍ଭ ହେବ ।

ବରଗଡ ଜିଲ୍ଲା ଅଧୀନରେ ଆସୁଛି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଭଟଲୀ, ଅତାବିରା, ବିଜେପୁର, ବରଗଡ ଓ ପଦମପୁର । ଏହି ସବୁ ଆସନରୁ ଶାସକ ବିଜେଡି ହାତରେ ରହିଛି ୩ଟି ଆସନ । କଂଗ୍ରେସ ହାତରେ ଗୋଟିଏ ଓ ବିଜେପି ହାତରେ ଥିଲା ଗୋଟିଏ । ଜିଲ୍ଲାରୁ ଅଛନ୍ତି ଦୁଇ ଦୁଇ ଜଣ ମନ୍ତ୍ରୀ । ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନୀ ଛୁରିଆ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଅଛନ୍ତି । ତେଣୁ ଶାସକ ବିଜେଡି ଏଠି ନିଜ ଦବଦବା ଜାହିର କରିବାକୁ ଉଦ୍ୟମ କରିବ । ସେପଟେ ଛତିଶଗଡର ପ୍ରଭାବ ବିଜେପି ପାଇଁ ଫାଇଦା ଅଣିପାରେ, ଯାହା ପଂଚାୟତ ନିର୍ବାଚନ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ଏହି ଫ୍ୟାକ୍ଟର ବିଜେପିକୁ ସହାୟକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏହାରି ଭିତରେ ଏବେ ନଜର କେବେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଉଛି । କାରଣ ଏହା ପରେ ହିଁ ରାଜନୈତିକ ଉଷ୍ମତା ବଢିବ । କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି, କିଏ କେଉଁ ରଣନୀତି ଆପଣାଉଛି ଆଉ ବାଜିମାତ କରୁଛି ଓ ରାଜ୍ୟ ରାଜନୀତି କୁଆଡେ ଯାଉଛି, ଏବେ ତାକୁ ଅପେକ୍ଷା । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ବରଗଡ, ତିନି ରାଜନୈତିକ ଦଳ ପାଇଁ ଅଗ୍ନିପରୀକ୍ଷା ହେବ । ତେବେ ନବୀନ ନେଇଥିବା ନିଷ୍ପତ୍ତି, ତୃଣମୁଳ ସ୍ତରର କର୍ମୀଙ୍କୁ ଏକାଠି ରଖୁଛି, ନା ସେମାନଙ୍କ ଭିତରେ ମନୋମାଳିନ୍ୟ ବଢୁଛି, ତା ଉପରେ ନଜର