‘ଫୋନି’ ପାଇଁ ଜନ୍ମଦିନ ନପାଳିବାକୁ ନବୀନଙ୍କ ନିଷ୍ପତ୍ତିି, ଆସନ୍ତାକାଲି ନବୀନ ନିବାସ ନଆସି ଅନାଥାଶ୍ରମ ଯିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ

ଚଳିତବର୍ଷ ବାତ୍ୟା ‘ଫୋନି’ ରାଜ୍ୟର ବିପୁଳ କ୍ଷତି କରିଛି । ତେଣୁ ଆସନ୍ତାକାଲି ନବୀନ ନିଜର ଜନ୍ମିଦନ ପାଳିବେନି ବୋଲି ନିଷ୍ପତି ନେଇଛନ୍ତି । ଏପରିକି ଓଡ଼ିଶାବାସୀ ମୋ ପରିବାର, ଆଉ ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଚିରଋଣୀ କରିଛି ।

242

କନକ ବ୍ୟୁରୋ: ଆସନ୍ତାକାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଫୋନି’ ପାଇଁ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି । ଚଳିତବର୍ଷ ବାତ୍ୟା ‘ଫୋନି’ ରାଜ୍ୟର ବିପୁଳ କ୍ଷତି କରିଛି । ତେଣୁ ଆସନ୍ତାକାଲି ନବୀନ ନିଜର ଜନ୍ମିଦନ ନପାଳିବାକୁ ନିଷ୍ପତି ନେଇଛନ୍ତି । ଏପରିକି ଓଡ଼ିଶାବାସୀ ମୋ ପରିବାର, ଆଉ ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଚିରଋଣୀ କରିଛି । ତେଣୁ ନବୀନ ନିବାସ ନଆସି ଅନାଥ ଅନାଥାଶ୍ରମ ଏବଂ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏପରିକି ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସେ ବହୁତ ଆନନ୍ଦିତ ଅଛନ୍ତି । ବିଜୁ ଜନତା ଦଳର କର୍ମୀ ଭାଇ ଓ ଭଣଣୀମାନଙ୍କୁ ନିବେଦନ କରି କହିଛନ୍ତି କି, ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ ସହ ସମୟ ବିତାଇ କିଛି ଭଲ କାମ କରନ୍ତୁ ।

କେବଳ ମୋର ଜନ୍ମଦିନ ନୁହେଁ, ଆପଣ ଜୀବନର ସବୁ ସ୍ମରଣୀୟ ଦିନ ଯଥା, ଆପଣଙ୍କ ଜନ୍ମ ଦିନ, ଆପଣଙ୍କ ପିଲାମାନଙ୍କ ଜନ୍ମ ଦିନ, ବିବାହ ବାର୍ଷିକୀ ଆଦି ଦିନମାନଙ୍କରେ ଅନାଥ ଓ ଅସହାୟ ପିଲାମାନଙ୍କ ପାଖକୁ ପୁରା ପରିବାର ସହ ଯାଇ ସେମାନଙ୍କ ପାଇଁ କିଛି କରନ୍ତୁ ବୋଲି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ପିଲାମାନେ ହିଁ ହେଉଛନ୍ତି ଆମର ଭିବଷ୍ୟତ । ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ ତାହା ମୋତେ ସବୁଠାରୁ ଆନନ୍ଦିତ କରିବ ବୋଲି କହିଛନ୍ତି ନବୀନ ।