ରାଜ୍ୟର ୧୭ ଜିଲ୍ଲାରେ ଆଜିଠୁ ଖୋଲିବ ୩୮ଟି ନୂତନ ଆହାର କେନ୍ଦ୍ର । ସଚିବାଳୟରୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆହାର ଯୋଜନାରେ ଉପକୃତ ହେଉଛନ୍ତି ଗରିବ ନାଗରିକ

262

କନକ ବ୍ୟୁରୋ: ସଚିବାଳୟରୁ ଆଜି ୩୮ଟି ନୂତନ ଆହାର କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୧୭ଟି ଜିଲ୍ଲାରେ ଥିବା ୩୮ଟି ସହରାଂଚଳରେ ଏହି ଆହାର କେନ୍ଦ୍ର ଖୋଲିବ । ରାଜ୍ୟର ଗରିବ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ୨୦୧୫ ମସିହା ଅପ୍ରେଲ ପହିଲାରୁ ଆହାର ଯୋଜନା ଆରମ୍ଭ କରିଛନ୍ତି ।

୩୦ଟି ଜିଲ୍ଲାରେ ୧୪୪ଟି ସହରାଂଚଳରେ ଆହାର କେନ୍ଦ୍ର ଚାଲିଛି । ରାଜ୍ୟରେ ଏବେ ୧୫୭ଟି ଆହର କେନ୍ଦ୍ର ଚାଲିଥିବା ବେଳେ ଦୈନିକ ୧ ଲକ୍ଷ ଲୋକ ଏହି ଯୋଜନାର ଲାଭ ପାଉଛନ୍ତି । ତେବେ ଗତ ଡିସେମ୍ବର ୩୧ ତାରିଖରୁ ରାଜ୍ୟ ସରକାର ୫୬ଟି ଆହାର କେନ୍ଦରେ ରାତିରେ ଆହାର ଦେଉଛନ୍ତି ।