ବଦଳି ଗଲେ କି ନବୀନ ! ଧର୍ଯ୍ୟର ସହ ପଂଚାୟତ ପ୍ରତିନିଧିଙ୍କ କଥା ଶୁଣିଲେ ମୁଖ୍ୟମନ୍ତ୍ରୀ

32

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଆଜି ଏକ ବଡ ପରିବର୍ତନ ଦେଖିବାକୁ ମିଳିଛି । ଆଜି ନବୀନ ନିବାସ ଛାଡି ବିଜେଡି କାର୍ଯ୍ୟାଳୟରେ ପଂଚାୟତ ପ୍ରତିନିଧିଙ୍କ କଥା ଘଂଟା ଘଂଟା ଧରି କଥା ହୋଇଛନ୍ତି ନବୀନ । ହସି ହସି ସମସ୍ତଙ୍କ ସହ କଥା ହୋଇଛନ୍ତି ଏବଂ ପୁଣିଥରେ ଆଲୋଚନା ପାଇଁ ୬ ମାସ ପରେ ଡାକିଛନ୍ତି । ସାଧାରଣତ ବିଜେଡି ରାଜନୀତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେନାହିଁ ।

ପଂଚାୟତ ନିର୍ବାଚନର ଫଳାଫଳ ଯେମିତି ନବୀନଙ୍କ ଆଚରଣ ଓ ଉଚ୍ଚାରଣକୁ ପୁରା ବଦଳାଇ ଦେଇଛି । ବହୁ ବିଳମ୍ବରେ ହେଉ ପଛକେ ନବୀନଙ୍କ ବୋଧେ ଠିକ୍ ବୁଝି ପାରିଛନ୍ତି-ଲୋକଙ୍କ ପାଖକୁ ନଗଲେ ନିସ୍ତାର ନାହିଁ । ହେଲେ ନବୀନଙ୍କ ଏହି ଉଦ୍ୟମକୁ କିନ୍ତୁ ଆଡ ଆଖିରେ ଦେଖିଛି ବିଜେପି ।

ନିକଟରେ ଏକ ମଲରେ ଭଉଣୀଙ୍କ ସହ ବୁଲାବୁଲି କରିବା ସହ ସାଧାରଣ ଜନତାଙ୍କ ସହ ସେଲ୍ଫି ନେଉଥିଲେ । ଏକା ଘଟଣା ଦେଖିବାକୁ ମିଳିଥିଲା, ରମାଦେବୀ ଛାତ୍ରୀ ଏବଂ ଓୟୁଏଟି ଛାତ୍ରଛାତ୍ରୀଙ୍କ ଘଟଣା କ୍ଷେତ୍ରରେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ନେଇଥିଲେ ସଲ୍ଫି । ଠିକ୍ ସେହିପରି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ଗୁପଚୁପ୍ ଖାଉଥିବାରର ଏକ ଫଟୋ । ତେଣୁ ଆଜି ନବୀନଙ୍କ ଏହି ସମୀକ୍ଷା ଦେଖି ନେତାମାନେ ଗୁଣୁଗୁଣାଉଥିଲ ବଦଳି ଗଲେ କି ନବୀନ ।