ତୀର୍ଥଯାତ୍ରୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି ! ଭିଡିଓ କନଫରେନସିଂ ଜରିଆରେ ତୀର୍ଥଯାତ୍ରୀ ଟ୍ରେନର କଲେ ଶୁଭାରମ୍ଭ

25

କନକ ବ୍ୟୁରୋ : ଆଜି ଦ୍ୱିତୀୟ ଥର ପାଇଁ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମପୁର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି ଏହି ତୀର୍ଥଯାତ୍ରୀ ଟ୍ରେନ । ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିବା ଏହି ସ୍ୱତନ୍ତ୍ର ଟ୍ରେନକୁ ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଏହି ଟ୍ରେନରେ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ପାଖାପାଖି ୯୫୭ ଜଣ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି । ପୂର୍ବରୁ ୨୦୧୬ ମସିହାରେ ପ୍ରଥମେ ବପ୍ରହ୍ମପୁରରୁ ଦକ୍ଷିଣ ଭାରତ ଭ୍ରମଣ କରିଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶର ତିରୁପତି ଓ ଭେଲୁରୁକୁ ଯାତ୍ରା କରିଛନ୍ତି । ଏହି ତିର୍ଥଯାତ୍ରୀଙ୍କୁ ସମ୍ପୁର୍ଣ୍ଣ ମାଗଣାରେ ତିର୍ଥଯାତ୍ରା କରାଯିବ ।

୭ ଦିନଧରି ଯାତ୍ରା କରିବାକୁଥିବା ବେଳେ ଏମାନେ ଆନ୍ଧ୍ରପ୍ରଦେଶର ତିରୁପତି ଓ ଭେଲୋର ଯାତ୍ରା କରିବେ । ଏହିମାନଙ୍କ ପାଇଁ ମାଗଣାରେ ଖାଇବା ଓ ବୁଲିବା ସୁଯୋଗ ରହିଥିବାବେଳେ ଏହି ମାନଙ୍କ ତଦାରଖ ପାଇଁ ସରକାରୀ କର୍ମଚାରୀ ମଧ୍ୟ ରହିଛନ୍ତି । ଏହି କାର୍ଯ୍ୟକ୍ରମର ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀଙ୍କ ଶୁଭେଚ୍ଛା ଜଣାଇଥିବା ବେଳେ ଯାତ୍ରୀମାନେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।