ଜଣେ ବ୍ୟକ୍ତି ବଦଳାଇଛନ୍ତି ଗ୍ରାମର ଭବିଷ୍ୟତ । କିଏ ହୋଇଛନ୍ତି ଆଇଏଏସ ତ କିଏ ହୋଇଛନ୍ତି ଆଇପିଏସ

42

କନକ ବ୍ୟୁରୋ : ଗ୍ରାମରେ ଏପରି ଜଣେ ବୃଦ୍ଧା ଅଛନ୍ତି ଯିଏ କି ସେହି ଗ୍ରାମରେ ଥିବା ସମସ୍ତ ଯୁବକ ଓ ଯୁବତୀମାନଙ୍କୁ ଆଇଏସ ଓ ଆଇପିଏସ କରିଦେଇ ପାରୁଛନ୍ତି । ତାଙ୍କରି ପ୍ରଚେଷ୍ଟାରେ ଏବେ ଗ୍ରାମରେ ଅନେକ ପିଲା ଏପରି ସର୍ବଭାରତୀୟ ସ୍ତରର ପରୀକ୍ଷାରେ ସଫଳତା ଆପଣାଇ ପାରୁଛନ୍ତି । ସେହି ଗ୍ରାମର ପ୍ରାୟ ସମସ୍ତଙ୍କ ଘରେ କେହି ନା କେହି ସରକାରୀ କର୍ମଚାରୀ ଅଛନ୍ତି । ତେବେ ସେହି ଗ୍ରାମର ଏପରି କାହଣୀ ପଛରେ ରହିଛି ଏକ ନୂଆ କାହାଣୀ । ତେବେ ସେହି ଗ୍ରାମଟି ଉତ୍ତରପ୍ରଦେଶର ଚିତ୍ରକୂଟ ଅଞ୍ଚଳରେ ରହିଛି । ଏହି ଗ୍ରାମରେ ଏପରି ହେବାରେ ରହିଛି ଅଲଗା କାରଣ । ମିଳିଥିବା ସୂଚନା ଅନୁସାରେ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର ପ୍ରସାଦ ସିଂହ ସେହି ଖାସ ବ୍ୟକ୍ତି ବୋଲି ଜଣାପଡିଛି । କେବଳ ତାଙ୍କରୀ ପ୍ରେରଣାରେ ସେହି ଗ୍ରାମରେ ଏପରି ହୋଇ ପାରିଥିବା ନେଇ ଜଣାପଡିଛି ।

 

ତେବେ ଶ୍ରୀ ସିଂହ ପୂର୍ବରୁ ଏକ କଲେଜରେ ପାଠପଢାଉଥିବା ଜଣାପଡିଛି । ସେହିଠାରୁ ଅବସର ନେବା ପରେ ଗ୍ରାମରେ ଏକ ନିଜସ୍ୱ ଉଦ୍ୟମରେ ଟ୍ରଷ୍ଟ କରିଛନ୍ତି । ସେହିଠାରେ ହିଁ ଗ୍ରାମରେ ଥିବା ଯୁବକ ଓ ଯୁବତୀମାନଙ୍କୁ ମାଗଣାରେ ଶିକ୍ଷା ଦେଉଥିବା ଜଣାପଡିଛି । ୧୯୯୩ ମସିହା ପରେ ସେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସେ ଯୁକ୍ତଦୁଇ ପାଲାମାନଙ୍କୁ ଇତିହାସ ପଢାଉଥିବା ଜଣାଯାଇଛି । ତେବେ ୨୦୦୮ ମସିହାରେ ସେ ଆଉଏକ ଟ୍ରଷ୍ଟ କରିଥିବା ନେଇ ସୂଚନା ମିଳିଛି । ଏହାସହ ଗ୍ରାମରେ ପ୍ରତ୍ୟେକ ଦଶହରା ସମୟରେ ସେ ଏକ ପର୍ବର ଆୟୋଜନ ମଧ୍ୟ କରୁଥିବାର ନଜର ରହିଛି । ଏହି ଟ୍ରଷ୍ଟ ମାଧ୍ୟମରେ ଯେକୈାଣସି ପିଲା କୈାଣସି ଶ୍ରେଣୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ଉପକୃତ ହେଲେ ସେମାନଙ୍କୁ ପୁରଷ୍କୃତ ମଧ୍ୟ କରାଯାଉଛି ।

 

କେବଳ ଏତିିକି ନୁହେଁ ବରଂ ଅନେକ ଛାତ୍ରଛାତ୍ରୀମାନେ ଯେଉଁମାନେ କି ମେଡିକାଲ, ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷାରେ ଆର୍ଥିକ ସହାୟତ ମଧ୍ୟ କରାଯାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁମାନେ ଏହି ଟ୍ରଷ୍ଟରୁ ସାହାଯ୍ୟ ପାଇଛନ୍ତି ସେମାନେ ପ୍ରତ୍ୟେକ ମାସ ଦଶହରା ସମୟରେ ଗାଁ କୁ ଆସିଥାଆନ୍ତି । ବର୍ତ୍ତମାନ ସମୟରେ ମହେନ୍ଦ୍ର ପ୍ରସାଦ ଟ୍ରଷ୍ଟ ପକ୍ଷରୁ ସ୍ମାରିକା ପ୍ରକାଶନ କରୁଛନ୍ତି । ଏହିଥିରେ ଗ୍ରାମରୁ ବାହାରି ଥିବା ଆଇପିଏସ, ଆଇଏଏସ, ପ୍ରୋଫେସର, ଡାକ୍ତର ଓ ଇଞ୍ଜିନିୟରମାନଙ୍କୁ ଯୋଡାଯାଇଥିବା ସୂଚନା ମିଳିଛି । ଯେଉଁମାନେ ମେଧାବୃତ୍ତି ପାଇଥାଆନ୍ତି ସେମାନଙ୍କର ଫଟୋ ଏହି ସ୍ମାରକିରେ ବାହାରୁଥିବାର ଦେଖାଯାଏ । ମହେନ୍ଦ୍ର କହିଛନ୍ତି ଯେ, ଏହାରି ମାଧ୍ୟମରେ ଯୁବକମାନେ ଅଧିକ ପରିଶ୍ରମୀ ହେବା ସହ ଗ୍ରାମର ନାମ ରଖିବେ । ତେବେ ତାଙ୍କ ପରିଶ୍ରମର ଫଳ ନିଶ୍ଚୟ ଭାବରେ ପିଲାମାନେ ପାଇବେ ବୋଲି ମହେନ୍ଦ୍ର କହିଛନ୍ତି ।