ପାକିସ୍ତାନ ଏବଂ ଚୀନ୍ କୁ କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡିଲା ଭାରତ ! ବର୍ଡରରେ ପ୍ରସ୍ତୁତ ହେବ ୪ ଟି ସୁଡଙ୍ଗ,ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ସେନାର ଦେବ ସାଥ୍

797

ବର୍ଡରରେ ସେନାର ଅପରେସନ୍ କୁ ଶକ୍ତିଶାଳୀ କରିବା ପାଇଁ ଭାରତ ତରଫରୁ ମେଗା ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଏହି ପ୍ରସ୍ତୁତିରେ ବର୍ଡରରେ ଭାରତୀୟ ସେନାର ମନୋବଳ ଉଚ୍ଚ ରହିବ । କାରଣ ଏଥିରେ ଖରାପ ଋତୁରେ ମଧ୍ୟ ହତିଆର ଏବଂ ଗୋଳାବାରୁଦ ସପ୍ଲାଇ କରିବା ସମୟରେ ମନବୋଳ ମଜବୁତ ରହିବ । ନିକଟରେ ବର୍ଡରରେ ବଢୁଥିବା ବିପଦକୁ ଦେଖି ଭାରତ ଚୀନ୍ ଏବଂ ପାକିସ୍ତାନରେ ଥିବା ବର୍ଡରରେ ୪ ଟି ବଡ ବଡ ସୁଡଙ୍ଗ ତିଆରି ହେବାକୁ ଯାଉଛି । ଏହି ସୁଡଙ୍ଗ ଭିତରେ ୩ ଟି ରେ ଭାରତ-ଚୀନ୍ ବର୍ଡରରେ ଏବଂ ଆଉ ଏକ ସୁଡଙ୍ଗ ଭାରତ- ପାକ୍ ବର୍ଡରରେ ପ୍ରସ୍ତୁତ କରାଯିବ । ଏହି ସୁଡଙ୍ଗର ନିର୍ମାଣ ଭାରତୀୟ ସେନାର ଅପରେସନ୍ ପାଇଁ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ସେନାର ହତିଆର ଏବଂ ଗୋଳାବାରୁଦ ଚିହ୍ନିବାରେ ସହଜ ହେବ । ଏହାର ଅର୍ଥ ଯେତେବେଳେ ବି ଦରକାର ପଡିବ ଭାରତୀୟ ସେନା ଶତ୍ରୁଙ୍କୁ ମୁହଁଭଙ୍ଗା ଜବାବ୍ ଦେବା ପାଇଁ ସବୁବେଳେ ପ୍ରସ୍ତୁତ ରହିବ ।

ଇଣ୍ଡିଆ ଟିଭି ଗଣମାଧ୍ୟମ ସୁଚନା ଅନୁସାରେ ଭାରତ-ଚୀନ୍ ବର୍ଡରରେ ଯେଉଁ ୩ ଟନେଲ୍ କୁ ପ୍ରସ୍ତୁତ କରିବା ପାଇଁ ଯୋଜନା ଚାଲିଛି ତାହା ସିକ୍କିମ୍ ଏବଂ ଅରୁଣାଚଳ ପ୍ରଦେଶର ତତ୍ତ୍ୱୱାଙ୍ଗରେ ପ୍ରସ୍ତୁତ କରାଯିବ । ପାଗ କାରଣରୁ ଏହି ଅଞ୍ଚଳରେ ସେନାର ଅନେକ ପୋଷ୍ଟର ସଂପର୍କ ୬ ମାସ ପରେ ହେଡକ୍ୱାଟରରୁ ଭାଙ୍ଗିଯାଏ । ଏଭଳି ସ୍ଥିତିରେ ଏହି ସୁଡଙ୍ଗ ପ୍ରତିକୂଳ ପାଗରେ ମଧ୍ୟ ରୋଡ୍ ତଥା ସେନାର ମଧ୍ୟ ସାଥ୍ ଦେବ । ପାକ୍ ବର୍ଡରରେ ମଧ୍ୟ ଏହି ସମାନ ସୁବିଧା ମିଳିବ । ଏହି ପ୍ରୋଜେକ୍ଟକୁ ପୁରା କରିବା ପାଇଁ ଭାରତୀୟ ସେନା ଏବଂ ଏନଏଚପିସିି ମଧ୍ୟରେ ଏମଓୟୁରେ ଦସ୍ତଖତ ହେବାକୁ ଯାଉଛି । ଭାରତୀୟ ସେନାର ଡାଇରେକ୍ଟର ଜେନେରାଲ୍ ଅପରେସନ୍ ଏବଂ ଲଜିଷ୍ଟିକ୍ ଏବଂ ଏନଏଚପିସି ଡାଇରେକ୍ଟରଙ୍କ ମଧ୍ୟରେ ବଚତା ସହ କଥାବାର୍ତ୍ତା ହୋଇ ହସ୍ତାକ୍ଷର ହୋଇଛି । ଏହି ସୁଡଙ୍ଗରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବା କଥା ଶୁଣିବାକୁ ମିଳିଛି ।