ଏଣିକି ପେଟ ରୋଗର ସମସ୍ୟାକୁ ଚିହ୍ନଟ କରି ସଠିକ ତଥ୍ୟ ପ୍ରଦାନ କରିବ ସେନ୍ସର କ୍ୟାପସୁଲ ! ଜାଣନ୍ତୁ କଣ ଏହି କ୍ୟାପସୁଲ ଏବଂ କଣ ରହିଛି ଏହାର ଉପକାରିତା ।

33

ବୈଜ୍ଞାନିକମାନେ ପେଟରେ ହେଉଥିବା ଅନେକ ଗୋଳମାଳର ସଠିକ ଯାଞ୍ଚ କରିବା ପାଇଁ ଏକ ସେନ୍ସର କ୍ୟାପସୁଲର ଉଦ୍ଭାବନ କରିଛନ୍ତି । ଯାହାକୁ ଖାଇବା ପରେ ଅନେକ ପେଟ ରୋଗକୁ ସଠିକ ଭାବେ ଚିହ୍ନଟ କରାଯାଇ ପାରିବ ଏବଂ ତାର ଚିକିତ୍ସା ମଧ୍ୟ କରାଯାଇ ପାରିବ । ଏହା ଦେଖିବାକୁ କ୍ୟାପସୁଲ ଭଳି କିନ୍ତୁ ବାସ୍ତବରେ ଏହା ଏକ ସେନ୍ସର ମେସିନ । ଏହି ସେନ୍ସର ମେସିନ ପେଟରେ ରହି ପେଟରେ ହେଉଥିବା ଗୋଳମାଳର ସଠିକ ତଥ୍ୟ ପ୍ରଦାନ କରିପାରିବ ।

ଅଷ୍ଟ୍ରେଲିଆର ଆରଏମଆଇଟି ୟୁନିଭରସିଟିର ବିଶେଷଜ୍ଞମାନେ ଗ୍ୟାସ ସେଂସିଙ୍ଗ କ୍ୟାପସୁଲର ଉଦ୍ଭାବନ କରିଛନ୍ତି । ଏହି କ୍ୟାପସୁଲ ମାଧ୍ୟମରେ ପେଟର ସେହି ରୋଗ ଗୁଡିକୁ ଜାଣିହେବ ଯେଉଁ ରୋଗ ଗୁଡିକୁ ପୂର୍ବରୁ ଚିହ୍ନଟ କରିହୋଇ ପାରୁନଥିଲା । ଏହି କ୍ୟାପସୁଲ ଅନ୍ତରେ ଥିବା ହାଇଡ୍ରୋଜେନ, କାର୍ବନ ଡାଇଅକ୍ସାଇଡ, ଏବଂ ଅକ୍ସିଜେନର ଉପଲବ୍ଧ ମାତ୍ରାକୁ ପତା ଲଗାଇଥାଏ । ଏହି କ୍ୟାପସୁଲରେ ଲାଗିଥିବା ସେନ୍ସର ସମସ୍ତ ତଥ୍ୟ ମୋବାଇଲ ଫୋନକୁ ଫଠାଇଥାଏ ।

ଆରଏମଆଇଟିର ବିଶେଷଜ୍ଞଙ୍କ କହିବା ଅନୁସାରେ, ନିଶ୍ୱାସ ପ୍ରଶ୍ୱାସକୁ ଆଧାର କରି ଅନ୍ତନାଡିରେ ଥିବା ଗ୍ୟାସର ଉତ୍ପତି ଜଣା ପଡିଥାଏ । କିନ୍ତୁ ଏଥିରେ ବେଳେ ବେଳେ ଭୁଲ ତଥ୍ୟ ଆସିବାରୁ ସମସ୍ୟା ବଢିଯାଇଥାଏ । ତେଣୁ ନିଶ୍ୱାସ ପ୍ରଶ୍ୱାସକୁ ଯାଞ୍ଚ କରି ମିଳୁଥିବା ତଥ୍ୟ ଠାରୁ ଏହି ବାୟୋମାର୍କର ୩ହଜାର ଗୁଣା ଅଧିକ ସଠିକ ତଥ୍ୟ ପ୍ରଦାନ କରୁଛି ବୋଲି କହିଛନ୍ତି ଆରଏମଆଇଟିର ବିଶେଷଜ୍ଞ ।