ଅନ୍ତରୀକ୍ଷରେ ହୋଟେଲ ତିଆରି କରିବ ନାସା । ଶେଷ ହେଲାଣି ପ୍ରସ୍ତୁତି, ଖୁବ ଶୀଘ୍ର ହେବ ଲଂଚ ।

251

କନକ ବ୍ୟୁରୋ : ମହାକାଶରେ କ’ଣ ରହିଛି । ମହକାଶରେ ରହିଲେ କେମିତି ଲାଗେ । ମହାକାଶରୁ ପୃଥିବୀ କେମିତି ଦେଖାଯାଏ । ମହାକାଶକୁ ନେଇ ସାଧାରଣ ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଦେବୁ, ଯାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଆପଣ ଦୁନିଆରେ ଯୁଆଡେ ବି ବୁଲିବାକୁ ଗଲେ, ପ୍ରଥମ ପ୍ରାଥମିକତା ଥାଏ ଭଲ ହୋଟେଲଟିଏ ବାଛିବା । ଯେଉଁଠି ଆପଣ ରାତିରେ ଆରାମରେ ସମୟ ବିତାଇପାରିବେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ମହାକାଶରେ ଏକ ହୋଟେଲ ତିଆରି କରିବାକୁ ଯାଉଛି । କିନ୍ତୁ ଏହି ହୋଟେଲଟି ମଣିଷ ମାନଙ୍କ ପାଇଁ ନୁହେଁ ବରଂ ରୋବର୍ଟ ମାନଙ୍କ ପାଇଁ ରହିବ ।

ମହାକାଶ ମିଶନରେ ଯାଉଥିବା ରୋବର୍ଟ ଗୁଡିକୁ ସେଠାରେ ରହିବା ପାଇଁ ଉପଯୁକ୍ତ ଜାଗାର ଆବଶ୍ୟକତା ପଡିଥାଏ । ଆଉ ଏହାକୁ ନଜରରେ ରଖି ନାସା ରୋବଟିକ୍ ଟୁଲ୍ ଷ୍ଟାଜ୍ ନିଜର ଆଗାମୀ ଲଂଚ ସହ ଅନ୍ତରାଷ୍ଟ୍ରୀୟ ରୋବୋର୍ଟ ଷ୍ଟେସନର ବାହାରେ ଏକ ରୋବୋର୍ଟ ହୋଟେଲ ତିଆରି କରିବ । ୧୯ତମ ସ୍ପେଶ ଏକ୍ସ କମର୍ସିଆଲ ଲଂଚିଙ୍ଗରେ ଏହି ହୋଟେଲକୁ ସ୍ଥାପିତ କରିବା ପାଇଁ ପ୍ରସ୍ତୁତି ଚାଲିଛି ।

ସବୁଠାରୁ ବଡ କଥା ହେଉଛି, ଏହି ହୋଟେଲରେ ସ୍ପେକ୍ଟ୍ରୋମିଟର ସହ ଆଉଟଫିଟ୍ ରହିବ, ଯାହାକି ଆମୋନିଆ ଭଳି ଗ୍ୟାସର ଉପସ୍ଥିତିକୁ ଜାଣିବାରେ ସକ୍ଷମ । ତେବେ ଏହି ରୋବୋର୍ଟ ଉପକରଣର ଉପଯୋଗ, ଷ୍ଟେସନରେ କୌଣସି ପ୍ରକାର ଲିକ୍ ର ସମ୍ଭବନାକୁ ଜାଣିବା ପାଇଁ କରାଯାଇଥାଏ । ତେବେ ମହାକାଶରେ ନାସାର ଏଭଳି ଉଦ୍ୟମ କେବେ ସଫଳ ହେଉଛି, ଏବେ ତାକୁ ହିଁ ଅପେକ୍ଷା ।