ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ ! ମୋଦି କହିଲେ, ପାକିସ୍ତାନର ଭାଷା କହୁଛି କଂଗ୍ରେସ ।

155

ଆଗାମୀ ଲୋକସଭା ନିର୍ବାଚନ ପାଇଁ ସରଗରମ ହୋଇସାରିଛି ଜାତୀୟ ରାଜନୀତି । ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ନୂଆ ନୂଆ ରଣନୀତି ସହ କିପରି ଜନମତ ହାସଲ କରିହେବ ସେନେଇ ଚାଲିଛି ଅଙ୍କକଷା । ବିଭିନ୍ନ ସ୍ଥାନରେ କରାଯାଉଛି ରାଜନୈତିକ ଜନସଭା । ଆଉ ଏହି ରେସରେ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଏବଂ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ବିଧାନସଭା କ୍ଷେତ୍ରରେ ବିଜୟ ସଂକଳ୍ପ ରାଲି କରିବା ସହ ନିର୍ବାଚନୀ ଶଙ୍ଖ ବଜାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି । ସେ କହିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସାହାଯ୍ୟ ପାଇଁ ପ୍ରତିଟି ଭାରତୀୟ ଆଗେଇ ଆସିଛନ୍ତି । କଂଗ୍ରେକୁ ଟାର୍ଗେଟ କରି ମୋଦି କହିଛନ୍ତି, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ପାକିସ୍ତାନର ଭାଷା କହୁଛନ୍ତି । ଏବଂ ଏମାନେ ହେଉଛନ୍ତି ସେହି ଲୋକ, ଯିଏକି ପାକିସ୍ତାନ ଯାଇ କହୁଥିଲେ, କିଛି ବ କର, କିନ୍ତୁ ମୋଦିଙ୍କୁ ହଟାଅ । ଏମାନେ ସେହି ଲୋକ, ଯେଉଁମାନେ ମୁମ୍ବାଇ ଆକ୍ରମଣ ପରେ ଆତଙ୍କବାଦୀମାନଙ୍କୁ ଉତ୍ତର ଦେଇପାରିନଥିଲେ । ମୋଦି କହିଛନ୍ତି, ଏପରି ଲୋକ ନା ଦେଶର ଯବାନ ମାନଙ୍କର ନା ଦେଶର କୃଷକ ମାନଙ୍କର । କିଛି ଏପରି ଭାବେ ରାଜସ୍ଥାନରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ, ଦେଶର ଯେଉଁ ଲଢେଇ ଚାଲିଛି, ତାହା କାଶ୍ମୀର ପାଇଁ, କାଶ୍ମୀରବାସୀଙ୍କ ସହ ନୁହେଁ ।