କନକ ବ୍ୟୁରୋ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ଏଥିରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
PM: Now they are slamming New India. Do they want old India back? Old India where cabinet decisions were torn in press meets, old India where Navy was used for personal trips, old India where numerous scams existed,old India which supported tukde tukde gang? pic.twitter.com/tZQspGMuTc
— ANI (@ANI) June 26, 2019
ମୋଦି କହିଛନ୍ତି ଦୀର୍ଘ ବର୍ଷ ପରେ ଦେଶରେ ପୁଣି ଥରେ ଏକ ପୁର୍ଣ୍ଣବହୁମତ ହାସଲ କରିବା ଦଳ ସରକାରରେ ରହିଲେ । ଦେଶର ମତଦାତା ସ୍ଥିରତାକୁ ବଳ ଦେଇଛନ୍ତି । ଭାରତ ଦୁନିଆର ସବୁଠୁ ବଡ ଲୋକତନ୍ତ୍ର ବୋଲି । ବିରୋଧୀଙ୍କ ଟାର୍ଗେଟ କରି ସେ କହିଛନ୍ତି ବିରୋଧୀ ଓଲ୍ଡ ଇଣ୍ଡିଆ ଚାହୁଁଛନ୍ତି । ହାରିବା ପାଇଁ ଇଭିଏମକୁ ଦାୟୀ କରୁଛନ୍ତି ।