ବିଜେପିର ବିଜୟ ପରେ ମୋଦିଙ୍କ ବଡ ବୟାନ । କହିଲେ କୌଣସି ନେତା କି ଦଳ ନୁହେଁ, ନିର୍ବାଚନରେ ଜନତାଙ୍କର ହୋଇଛି ବିଜୟ ।

395

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରରେ ପୁଣି ଥରେ ଦମ୍ ଦେଖାଇଛି ବିଜେପି । ବିରୋଧୀଙ୍କ ସବୁ ରଣନୀତିକୁ ମାତ୍ ଦେଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଆଉ ଦଳର ସଫଳତା ପରେ ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ଭୋଧନ କରି ବଡ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି ସନ୍ଧ୍ୟାରୁ ଉତ୍ସବ ମୁଖର ହୋଇପଡିଛି ବିଜେପି କାର୍ଯ୍ୟାଳୟ । ପ୍ରଧାନମନ୍ତ୍ରୀ ମୋଦି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହା ପରେ ଦଳୀୟ କର୍ମୀମାନେ ମୋଦିଙ୍କ ଉପରେ ପୁଷ୍ପ ବର୍ଷା କରି ତାଙ୍କୁ ବିଜୟର ଅଭିନନ୍ଦନ ଦେଇଥିଲେ । ବିଜେପିର ବିଜୟ ପରେ ମୋଦି କହିଛନ୍ତି, କୌଣସି ନେତା କି ଦଳ ନୁହେଁ, ନିର୍ବାଚନରେ ଜନତାଙ୍କର ବିଜୟ ହୋଇଛି ।