ଲୋକସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ବ୍ୟବସାୟୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ୟବସାୟୀଙ୍କୁ ଶୁକ୍ରବାର କହିଛନ୍ତି ଯେ ଯଦି ତାଙ୍କ ସରକାର କେନ୍ଦ୍ରରେ ଆସେ ତେବେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବ । ମୋଦି ଜିଏସଟି ପଂଜୀକୃତ ବ୍ୟବସାୟୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଦୂର୍ଘଟଣା ବୀମା ,କ୍ରେଡିଟ୍ କାର୍ଡର ସୁବିଧା ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ପେନସନ୍ ଭଳି ଯୋଜନା ଲାଗୁ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । କାର୍ଯ୍ୟକ୍ରମରେ ମୋଦି ବିରୋଧି ଦଳ କଂଗ୍ରେସକୁ ବ୍ୟାପାରୀଙ୍କୁ ଚୋର କହିବା ନେଇ ମଧ୍ୟ କହିଥିଲେ ।
କଂଗ୍ରେସ ବ୍ୟବସାୟୀଙ୍କ ଅପମାନ କରିଛି :
କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଥିଲେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ନିଜେ ବୈଶ୍ୟ ପରିବାରରେ ଜନ୍ମ ଗ୍ରହଣ କରି ଗର୍ବ କରୁଥିଲେ କିନ୍ତୁ କଂଗ୍ରେସ ପାର୍ଟି ତାଙ୍କୁ ଚୋରର ଆଖ୍ୟା ଦେଉଛି । ସେ କହିଥିଲେ କଂଗ୍ରେସ ନିଜର ଲମ୍ବା ସରକାର ଶାସନରେ କେବଳ ବ୍ୟବସାୟୀଙ୍କ ଅପମାନ କରିଛି । କିନ୍ତୁ ବିଜେପି ସରକାର ବ୍ୟବସାୟୀଙ୍କ ପଛରେ ପୂର୍ବରୁ ମଧ୍ୟ ରହିଥିଲା ଏବେ ମଧ୍ୟ ରହିଛି । ଏବଂ ଆଗାମୀ ସମୟରେ ଯଦି ତାଙ୍କୁ ସରକାରକୁ ଅଣାଯାଏ ତେବେ ସେ ବ୍ୟବସାୟୀଙ୍କ ସମସ୍ୟାର ସମାଧାନ କରିବେ । ଏଥିପାଇଁ ସେ ଏକ ରାଷ୍ଟ୍ରୀୟ ବ୍ୟବସାୟୀ କଲ୍ୟାଣ ବୋର୍ଡ ଗଠନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/modi-1024x597.jpg)
/kanak/media/post_attachments/wp-content/uploads/2019/04/dc-Cover-7o01vtaavkevbk5g1hikl0n903-20190420004504.Medi_-300x168.jpeg)