୨୦୧୯ରେ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ମୋଦି ! ଲୋକପ୍ରିୟତା କମୁଥିଲେ ବି ଦେଶରେ ସରକାର ଗଠନ କରିବା ସ୍ଥିତିରେ ବିଜେପି

36

କନକ ବ୍ୟୁରୋ : ଦେଶରେ ନିର୍ବାଚନୀ ପବନନ ବୋହିବା ଆରମ୍ଭ କଲାଣି । ତେବେ ଆଗାମୀ ନିର୍ବାଚନରେ କେଉଁ ଦଳ ସଂଖ୍ୟା ଗରିଷ୍ଠତା ପାଇ ଦେଶରେ ସରକାର ଗଙ୍ଘିବ ସେନେଇ ଅନେକ ଆଲୋଚନା ହେଉଛି । ୨୦୧୪ ମସିହାରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦି । ତେବେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ଏକ ସର୍ଭେ ପୋଲର ଆକଳନ ଅନୁସାରେ ମୋଦି ସରକାରଙ୍କୁ ୪୮ ପ୍ରତିଶତ ଭୋଟ ପାଇଥିଲେ । ଏହାସହ ଦେଶରେ ଯୁବକମାନେ ହିଁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁଣିଥରେ ଦେଖିବାକୁ ଇଚ୍ଛା କରୁଛନ୍ତି । ତେବେ ଗତ ୪ବର୍ଷ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା କମିଛି ହେଲେ ଏବେବି ଦେଶରେ ନିର୍ବାଚନ ହେଲେ ମୋଦି ସରକାର ପୁଣିଥରେ ଶାସନ କରିବ ବୋଲି ଜଣାପଡିଛି ।

 

ତେବେ ଅନେକ ବିରୋଧୀଦଳ ମୋଦି ସରାକରଙ୍କୁ ହରାଇବାପାଇଁ ଇଚ୍ଛା କରୁଛନ୍ତି ହେଲେ ସେଥିରେ ସଫଳ ହୋଇ ପାରୁନାହନ୍ତି । ଏପରିକି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ।ସିଥିଲେ ମଧ୍ୟ ତାହା କେନ୍ଦ୍ରରେ ଶାସନ କରୁଥିବା ମୋଦି ସରକାରଙ୍କୁ କୈାଣସି ପ୍ରଭାବ ପକାଇନଥିଲା । ଏହାସହ ଆଗାମୀ ନିର୍ବାଚନରେ ଦେଶରେ ବିରୋଧୀଦଳର ପ୍ରଧାନମମନ୍ତ୍ରୀ ରାହୁଲ ହେଲେ କେତେକ ନେତା ତାଙ୍କୁ ବିରୋଧ କରୁଥିବା ଜଣାପଡିଛି । ମୋଦି ସରକାର ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକଙ୍କ ପାଖରେ ପହଚିଂପାରୁଛି । ଏହାସହ ଆଗାମୀ ନିର୍ବାଚନରେ ମୋଦି ଅନେକ ରାଜ୍ୟରେ ଶାସନ କ୍ଷମତା ଆସିବାକୁ ଇଚ୍ଛା ରଖିଛନ୍ତି । ତେବେ ସେହି ରାଜାକୁ ଫୋକସ କରି କାମ କରିବା ପାଇଁ ଦଳୀୟ ନେତାମାନଙ୍କୁ କହିଛନ୍ତି ମୋଦି । ଓଡିଶାରେ ମଧ୍ୟ ବିଜେପି ବଢୁଥିବା ନେଇ ସର୍ଭେରେ ସୂଚନା ଦିଆଯାଉଛି ।

 

ନବୀନ ମଧ୍ୟ ଏଠାରେ ଭଲ ସ୍ଥିତିରେ ଅଛନ୍ତି ଏପରି କି ଲୋକସଭା ଆସନ ପାଇଁ ଏଠାରେ ଜୋରଦାର ଲଢେଇ ହେବ ବୋଲି ଜଣାପଡିଛି । କେବଳ ମୋଦିଙ୍କ ନାମ ପାଇଁ ନୁହେଁ ବରଂ ଦଳର କାମ ଲୋକମାନଙ୍କ ପାଖରେ ପହଚୁଂଥିବା ସୂଚନା ମିଳିଚି । ଲୋକମାନଙ୍କ ପାଇଁ ଲୋକହିତ କର ଯୋଜନା କରୁଛନ୍ତି ଯେଉଁଥି ପାଇଁ କି ଲୋକମାନେ ବିଜେପି ପ୍ରତି ଆକର୍ଷିତ ହେଉଥିବା କୁହାଯାଇଛି । ବିଜେପି କଂଗ୍ରେସ ଅପେକ୍ଷା ମଜବୁତ ସ୍ଥିତିରେ ଥିବା ଜଣାପଡିଛି । ତେଣୁ ଯେପରି ଭାବରେ ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିଥିଲା ସେହିପରି ଭାବରେ ପୁଣିଥରେ ୨୦୧୯ ମସିହାରେ ସରକାର ଗଠନ କରିବା ପାଇଁ ବିଜେପି ଉଦ୍ୟମ କରିବ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ବିଜେପିର ଲୋକପ୍ରିୟତା କମିବାରେ ଲାଗିଛି ବୋଲି ରିର୍ପୋଟରେ ସୂଚନା ଦିଆଯାଇଛି । କିନ୍ତୁ ଦେଶରେ ନିର୍ବାଚନ ହେଲେ ବିଜେପି ସରକାର ପୁଣିଥରେ ଶାସନ କ୍ଷମତାକୁ ଆସିବ ବୋଲି ଜଣାପଡିଛି । ଏପରିକି ବିଜେପି ୨୨୮ ସିଟରେ ବିଜୟ ହେବ ବୋଲି ସୂଚନା ଆକଳନ କରାଯାଇଛି । ଦେଶର ସରକାର ଗଠନ କରିବା ପାଇଁ ହେଲେ ୨୭୨ ଆସନରେ ବିଜୟ ହେବା ପାଇଁ ପଡିବ ।