ମୋଦି ସରକାରଙ୍କ ୧୦୦ ଦିନର ପ୍ଲାନ୍ ପ୍ରସ୍ତୁତ ! ଚାକିରୀ ବଢାଇବା ପାଇଁ ଏହି ଯୋଜନା ଉପରେ ରହିଛି ଅଧିକ ଫୋକସ୍ ।

699

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣିଥରେ ଭାରତର ଶାସନଭାର ସମ୍ଭାଳିବାକୁ ଗୁରୁଦାୟିତ୍ୱ ଦିଆଯାଇଛି । ଏବେ ମୋଦି ସରକାର ୧୦୦ ଦିନର ଏଜେଣ୍ଡାକୁ ନେଇ କାମ ଆରମ୍ଭ କରିଦେଇଛି । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ କହିବାନୁସାରେ ନୀତି ଅୟୋଗ ସରକାର ପାଇଁ ଆର୍ଥିକ ଏଜେଣ୍ଡା ପ୍ରସ୍ତୁତ କରୁଛି ଏଥିରେ ବ୍ୟକ୍ତିଗତ ନିବେଶ,କୃଷି ଉତ୍ପାଦନ ଏବଂ ରୋଜଗାର ବଢାଇବାକୁ ନେଇ ଜୋର୍ ଲଗାଯାଇଛି । ରାଜୀବ କୁମାର ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଭାରତର ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିଶ୍ୱାସ ରଖିଛନ୍ତି । ଏହି ବିଜୟ,ମୋଦିଜୀଙ୍କ ନେତୃତ୍ୱରେ ଦେଶକୁ ନୁଆ ଦିଗ ଆଡକୁ ଅଗ୍ରସର କରାଇବ । ଏବେ ନିଜର ଦ୍ୱିତୀୟ ଚରଣରେ ମଧ୍ୟ ସରକାର ଅର୍ଥବ୍ୟବସ୍ଥାର ବେଗକୁ ଦ୍ରୁତ ଗତିରେ ବଢାଇ ଦେଇଛି । ଯାହାକୁ ପ୍ରାରମ୍ଭର ୧୦୦ ଦିନ ଭିତରେ କରିବାକୁ କୁହାଯାଇଛି ।

ମୋଦି ସରକାରଙ୍କ ପ୍ରଥମ ୧୦୦ ଦିନ :

ନୀତି ଆୟୋଗ ସରକାରଙ୍କ ପାଇଁ ଆର୍ଥିକ ଏଜେଣ୍ଡା ପ୍ରସ୍ତୁତ କରୁଛି । ଏଥିରେ ବ୍ୟକ୍ତିଗତ ନିବେଶ,କୃଷି ଉତ୍ପାଦନ ଏବଂ ରୋଜଗାର ବଢାଇବା ଉପରେ ଜୋର୍ ଦିଆଯିବ । ବିପକ୍ଷ ଯେଉଁ ବେରୋଜଗାର ମୁଦ୍ଦା ଉଠାଇଛନ୍ତି ଜନତା ଏହା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୪ ରେ ନୀତି ଆୟୋଗକୁ ପ୍ରସ୍ତୁତ କରିଥିଲେ ତାଙ୍କ ନିର୍ଦ୍ଦେଶରେ ସବୁ କାମ ହୋଇଚାଲିଲା । ଆଗାମୀ ସମୟରେ ନୀତି ଆୟୋଗ ଦେଶରେ ମୁଖ୍ୟ ରୁପରେ କାମ କରୁଥିବା ନଜର ଆସୁଥିବ ।

ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଅର୍ଥବ୍ୟବସ୍ଥାକୁ ସନ୍ତୁଳନ କରି ରଖିବା । ରାଜୀବ କୁମାର କହିଛନ୍ତି ଉଦ୍ୟୋଗ ଏବଂ ଏକ୍ସପୋର୍ଟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବେ ଜରୁରୀ ହୋଇପଡିଛି । ଯାହା ଆଗକୁ ଯାଇ ବ୍ୟାପକ ରୁପରେ ରୋଜଗାରରେ ବିକଳ୍ପ ସୃଷ୍ଟି କରିବାରେ ସହାୟକ ହେବ । ଭ୍ରମଣ,ବାଣିଜ୍ୟ ଏବଂ ଟେକ୍ସଟାଇଲ୍ କ୍ଷେତ୍ରରେ ଧ୍ୟାନ ଦିଆଯିବ । ଯାହା ଅଧିକ ପରିମାଣରେ ଚାକିରୀ ଦେବା ଉପରେ କାମ କରିବ । କୃଷି କ୍ଷେତ୍ର ଉପରେ ଅଧିକ ଫୋକସ୍ ରହିବ ଏଥିରେ କୃଷକଙ୍କ ଆୟ ବଢିବ । ପ୍ରଧାନମନ୍ତ୍ରୀ କୃଷି-ବାଣିଜ୍ୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସରକାର ଉତ୍ଖନନ,ରେଳବାଇ,ଭାରତନେଟ୍ ଏବଂ ତୈଳ,ଗ୍ୟାସ୍ କ୍ଷେତ୍ରରେ ସୁଧାରକୁ ନେଇ ଅଧିକ ଗୁରୁତ୍ୱ ଦିଆଯିଆପାରିବ । ଏହି ସବୁରେ ଆଗାମୀ ଦିନରେ ଆର୍ଥିକ ବିକାଶ ବଢିବ । ମନ୍ତ୍ରାଳୟ ୧୦୦ ଦିନ ଏକ୍ସନ୍ ପ୍ଲାନ୍ ଉପରେ କାମ କରୁଛି । ନୀତି ଆୟୋଗ ମଧ୍ୟ ଏହା ଉପରେ କାମ କରୁଛି । କିନ୍ତୁ ଅନ୍ତିମ ନିର୍ଣ୍ଣୟ ପ୍ରଧାନମନ୍ତ୍ରୀଙ୍କୁ କରିବାର ଅଛି । ୧୦୦ ଦିନର ଆକ୍ସନ୍ ପ୍ଲାନ୍ ଉପରେ କାମ ଆରମ୍ଭ ହୋଇସାରିଛି ।