ସିଂହ ସଫାରୀରେ କେମିତି ଥିଲା ସେହି ୩୦ ମିନିଟ୍ ! କେମିତି ଉଦ୍ଧାର ପାଇଲେ ୪୦ ଜଣ ଯାତ୍ରୀ , ଜାଣନ୍ତୁ ସିଂହ ସଫାରୀର ପୂରା କାହାଣୀ

24

କନକ ବ୍ୟୁରୋ :  ସିଂହ ସଫାରିରେ ଫସିଗଲା ବସ୍ । ନନ୍ଦନକାନନର ସିଂହ ସଫାରି ଭିତରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଅଧା ରାସ୍ତାରେ ଫସି ଯାଇଥିଲା । ବର୍ଷା ଯୋଗୁ ରାସ୍ତା ଓଦା ଥିବାରୁ ବସର ଚକ ସେଠାରେ ଦବି ଯାଇଥିଲା । ଆଉ ସିଂହଙ୍କ ମେଳରେ ପ୍ରାୟ ଅଧଘଂଟା ଯାଏ ରହିଥିଲେ ସିଂହ ସଫାରି ବୁଲୁଥିବା ଯାତ୍ରୀମାନେ । ବସ୍ ଚାଳକର ସବୁ ଚେଷ୍ଟା ସତ୍ୱେ ଅଧିକରୁ ଅଧିକ ମାଟି ଭିତରକୁ ଦବୁଥିଲା ବସ୍ ଚକ । ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ତୁରନ୍ତ ଏହି ଘଟଣା ପରେ ବସ୍ ଡ୍ରାଇଭର ସଂପୃକ୍ତ କର୍ମଚାରୀଙ୍କୁ ଫୋନ୍ କରିଥିଲେ । ଏବଂ ଘଟଣା କର୍ତ୍ତୃପକ୍ଷଙ୍କୁ ଅବଗତ କରାଗଲା । ସଂଗେ ସଂଗେ ଅନ୍ୟ ସବୁ ସଫାରୀ ବସର ପ୍ରବେଶକୁ ବନ୍ଦ କରିଦିଆଗଲା । ସଫାରୀ ଭିତରେ ସିଂହ ଥିବା ଅବସ୍ଥାରେ ଯାତ୍ରୀଙ୍କୁ ଆଉ ଏକ ବସକୁ ସ୍ଥାନାନ୍ତର କରିବା ସହଜ କଥା ନୁହେଁ । କାରଣ ସିଂହ ହେଉଛି ସବୁଠୁ ବିପଦଜନକ ଜନ୍ତୁ । କିନ୍ତୁ ଯେତେବେଳେ ସିଂହ ମାନେ ଖୁଆଡ ଭିତରକୁ ଚାଲିଗଲେ ସେତେବେଳେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ ।

ତେବେ ନନ୍ଦନକାନନର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚି ବସ୍ ପାଖରେ ଥିବା ସିଂହ ଦୁଇଟିକୁ କୌଶଳକ୍ରମେ ଖାଦ୍ୟଗ୍ରହଣ କକ୍ଷରେ ଭର୍ତି କରିଥିଲେ । ପରେ ଅନ୍ୟ ଏକ ବସ୍ ଯୋଗେ ସେଠାରୁ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଫଳରେ ଏକ ବଡଧରଣର ଅଘଟଣରୁ ବର୍ତି ଯାଇଥିଲେ ଯାତ୍ରୀମାନେ ।