ପୁଣି ପୋଲିସର ପ୍ରଶଂସା । ନାଗପୁର ପୋଲିସକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା । ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ରେଳ ଷ୍ଟେସନରୁ ନିରାପଦର ସହ ତାଙ୍କ ଘରେ ଘରେ ପହଁଚାଇବା ଖବର ଏବେ ପୋଲିସକୁ ପ୍ରଶଂସାର ପାତ୍ର କରାଇଛି । ସୂଚନାନୁସାରେ, ନାଗପୁର ପୋଲିସ ଏକ ନୂଆ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯେଉଁଥିରେ ଯଦି କୌଣସି ମହିଳା ଏକୁଟିଆ ଯାତ୍ରା କରୁଛନ୍ତି, ତାହାଲେ ତାଙ୍କୁ ସାହାଯ୍ୟ ପ୍ରଦାନ କରାଯିବ । ନିରାପଦର ସହିତ ମହିଳା ଜଣଙ୍କୁ ଘରେ ପହଁଚାଇବ ନାଗପୁର ପୋଲିସ ।
19 yr old Manisha was safely escorted by us till her home last night at 2am. from the Railway Station.
She tried contacting her parents on phone, but couldn't connect.
She then dialled 1091,
We helped her reach Home safely !#HomeDrop#NagpurPolice#AlwaysThere4U pic.twitter.com/pAsdUoFFyc— Nagpur City Police (@NagpurPolice) December 5, 2019
ପୋଲିସ ମୁତାବକ, ୧୯ ବର୍ଷୀୟ ଯୁବତୀ ମନିଷା ଆନ୍ଧୀ ବିଳମ୍ବିତ ରାତିରେ ରେଳ ଷ୍ଟେସନ ଉପରେ ଏକୁଟିଆ ବସିଥିଲେ ଏବଂ ନିଜ ଘର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ । ମନିଷା ତାଙ୍କ ବାପା ମାଆଙ୍କୁ ଫୋନ୍ କରୁଥିଲେ , କିନ୍ତୁ କୌଣସି କାରଣ ବଶତଃ ଫୋନ ଲାଗୁ ନଥିଲା । ଯାହା ପରେ ସେ ପୋଲିସ ହେଲ୍ପ ଲାଇନ ନମ୍ବର ୧୦୯୧ କୁ ଫୋନ୍ କରି ସହାୟତା ମାଗିଥିଲେ । ପୋଲିସ ଅଧିକାରୀ ରେଲ ଷ୍ଟେସନରେ ପହଞ୍ଚି ମନିଷାଙ୍କୁ ଘରେ ଛାଡିଥିଲେ । ଏହି ଘଟଣାର ଏକ ଫଟୋକୁ ନାଗପୁର ପୋଲିସ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ପୋଲିସର ଏଭଳି ମହତ କାର୍ଯ୍ୟ ପାଇଁ ଚାରିଆଡୁ ଏବେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସେୟାର କରାଯାଇଥିବା ଫଟୋରେ କିଛି ପଜିଟିଭ ଓ କିଛି ନେଗେଟିଭ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି ୟୁଜର୍ସମାନେ ମଧ୍ୟ ନିଜ ନିଜ ସହରର ପୋଲିସଙ୍କୁ ଟ୍ୟାଗ କରି ଏହିଭଳି ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ କେତେକ ୟୁଜର୍ସ ଏହି ଫଟୋରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ସ୍ଥିତି ଏଭଳି ହୋଇପଡିଛି କି ମହିଳାମାନଙ୍କୁ ଯାତ୍ରା କରିବା ପାଇଁ ପୋଲିସର ଆବଶ୍ୟକତା ପଡିଛି ।