ଭାରତୀୟ କଳା ଏବଂ ସଂସ୍କୃତିକୁ ବିଦେଶୀ ପର୍ଯ୍ୟଟକଙ୍କ ଠାରେ ପହଁଚାଇବାକୁ ଭିନ୍ନ ପ୍ରୟାସ ! କେବଳ ଭାଷା ନୁହଁ ଭଙ୍ଗୀରେ ମଧ୍ୟ ପର୍ଯ୍ୟଟକଙ୍କୁ ଭାରତ ସହ ପରିଚିତ କରାଉଛନ୍ତିି ଗାଇଡ୍ ନାଗେନ୍ଦ୍ର ।  

163

ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଝଲକ ପାଇବାକୁ ବିଦେଶରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସନ୍ତି । ଭାରତର କଳା , କାରୁକାର୍ଯ୍ୟ ଏବଂ ପୌରାଣିକ ଗାଥାରେ ମୋହିତ ହୋଇଯାନ୍ତି । ତେବେ କଥାରେ କଥାରେ ତ ବିଦେଶୀ ଭାରତୀୟ ସଂସ୍କୃତି ବିଷୟରେ ଜାଣନ୍ତି କିନ୍ତୁ ମନରେ ଆହୁରି ଜାଣିବାର ଜିଜ୍ଞାସା କେବେ ଶେଷ ହୁଏନାହିଁ  । ତେଣୁ ବାରମ୍ବାର ସେମାନେ କିଛି ଜାଣିବା ଏବଂ ଭାରତୀୟ କଳାର ମାଧୁର୍ଯ୍ୟକୁ ପରଖିବା ଲାଳସାରେ ଭାରତକୁ ଆସନ୍ତି । ଭାରତର ସଂସ୍କୃତିକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗରେ ଆଉ ଟିକେ ଅଧିକ ଶାଣିତ କରିବା ପାଇଁ ତାମିଲନାଡୁ ମଦୁରାଇ ସହରର ଜଣେ ପର୍ଯ୍ୟଟକ ଗାଇଡ୍ ଏବେ ପ୍ରୟାସ ଚଳାଇଛନ୍ତିି । ନାଗେନ୍ଦ୍ର ପ୍ରଭୁ ନାମକ ଏହି ଗାଇଡ୍ ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ବିଦେଶୀ ପର୍ଯ୍ୟଟକଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ବୁଝାଇବା ସହ ନୂଆ ଷ୍ଟାଇଲ୍ ରେ ସେ ପର୍ଯ୍ୟଟକଙ୍କ ମନକୁ କିଣି ନେଇଛନ୍ତିି ।

ପର୍ଯ୍ୟଟକଙ୍କୁ ନିଜ ଭଗବାନ ମନେ କରୁଥିବା ଗାଇଡ୍ ନାଗେନ୍ଦ୍ର ପ୍ରଭୁ କୁହନ୍ତି କାହାକୁ କିଛି ବୁଝାଇବା ପୂର୍ବରୁ ପ୍ରଥମେ ତାହାର ହୃଦୟ ସହ ଜଡିତ ହେବା ଆବଶ୍ୟକ । ଏଥିପାଇଁ ସେ କେବେ ଶାସ୍ତ୍ରୀୟ ନୃତ୍ୟର ସାହାରା ନିଅନ୍ତି ତ ଆଉ କେତେବେଳେ ଅଭିନୟ କରନ୍ତିି । ପ୍ରଭୂ କୁହନ୍ତି ଯେତେବେଳେ ଆମେ କୌଣସି ଲୋକର ହୃଦୟ ସହ ଜଡିତ ହୋଇଥାଉ ସେତେବେଳେ ତାକୁ ବୁଝିବା ମଧ୍ୟ ଖୁବ୍ ସହଜ ହୋଇଥାଏ । ବର୍ତ୍ତମାନ ଗାଇଡ୍ ଥିବା ନାଗେନ୍ଦ୍ର ପୂର୍ବରୁ ଶିକ୍ଷକତା କରୁଥିଲେ । ବୋଧହୁଏ ଏହି କାରଣରୁ ହିଁ ସେ ପର୍ଯ୍ୟଟକଙ୍କ ମନର କଥାକୁ ଜାଣିପାରି ତାଙ୍କ ଜିଜ୍ଞାସାକୁ ମେଣ୍ଟାଇପାରନ୍ତି । ନାଗେନ୍ଦ୍ର ପ୍ରଭୂଙ୍କ ଅନେକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସେ ନିଜ ପର୍ଯ୍ୟଟକଙ୍କ ସହ ଭିନ୍ନ ଭିନ୍ନ ମୁଦ୍ରାରେ ଦେଖାଯାଉଛନ୍ତି । କେଉଁଠାରେ ଏକାକୀ ତ ଆଉ କେଉଁଠାରେ ପର୍ଯ୍ୟଟକଙ୍କ ସହ ମିଶି ସେ ଭାରତୀୟ ସଂସ୍କୃତିର ମହତ୍ତ୍ୱ ବିଷୟରେ ପରିଚିତ କରାଉଛ