ଆସନ୍ତାକାଲି ପୁଣି ରାଜ ରାସ୍ତାରେ ଗର୍ଜିବେ ଚାଷୀ ! ନୟାଗଡରେ ହେବ ଜୟ କିଷାନ ସମାବେଶ, ଯୋଗ ଦେବେ ହଜାର ହଜାର ଚାଷୀ

29

କନକ ବ୍ୟୁରୋ : ଆସନ୍ତାକାଲି ପୁଣି ରାଜ ରାସ୍ତାରେ ଗର୍ଜିବେ ଚାଷୀ । ଯାଜପୁର, ଢେଙ୍କାନାଳ ପରେ ଏବେ ନୟାଗଡରେ ଆୟୋଜିତ ହେବ ଜୟ କିଷାନ ସମାବେଶ । ଏହି ସମାବେଶରେ ହଜାର ହଜାର ସଂଖ୍ୟାରେ ଚାଷୀ ଏକାଠି ହୋଇ ହକ୍ ପାଇଁ ଦାବି କରିବେ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଚାଷୀ ଏହି ସମାବେଶ କରୁଛନ୍ତି । ଯେପର୍ଯ୍ୟନ୍ତ ଚାଷୀଙ୍କୁ ତାଙ୍କ ହକ୍ ମିଳିବ ନାହିଁ ସେତେବେଳେ ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ।

ଗତବର୍ଷ ଦିଲ୍ଲୀରେ ଚାଷୀ ସମାବେଶ ପରେ ନଭେମ୍ବର ୨୩ ତାରିଖରେ ଜଗତସିଂହପୁରରେ ଚାଷୀ ସମାବେଶ ହୋଇଥିଲା । ଗତ ୧୧ ତାରିଖରେ ସଂଗଠନର ଯୁବ ଛାତ୍ର ସଂଗଠନ ଭୁବନେଶ୍ୱରରେ ସମାବେଶ କରିଥିଲେ । ୧୯ ତାରିଖରେ ଯାଜପୁରରେ ଏକାଠି ହୋଇଥିଲେ ଚାଷୀ । ଆଉ ଏହାର ଠିକ୍ ୧୦ ଦିନ ପରେ ହତକାଲି ଢେଙ୍କାନାଳରେ ଏକ ବିରାଟ ଚାଷୀ ସମାବେଶ ହୋଇଛି । ଚାଷୀଙ୍କୁ କେହି କିଣି ପାରିବେ ନାହିଁ, ବରଂ ମନ ଜିଣିବାକୁ ପଡିବ ବୋଲି ଉପଦେଷ୍ଟା ସୌମ୍ୟରଂଜନ କହିଛନ୍ତି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ହକ୍ ଦେବାକୁ ପଡିବ ବୋଲି କୃଷକ ସଂଗଠନ ଜୋର ଦେଇ କହିଛି ।