ନବକଳେବର ସ୍କାମର ଆଉ ଏକ ଦୃଶ୍ୟ : ପୋଖରୀ ପୁନରୁଦ୍ଧାର ନାଁରେ ହରିଲୁଟ୍ ହୋଇଛି ଲକ୍ଷ ଲକ୍ଷ ଟଙ୍କା

83

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପରମ୍ପରା ଶ୍ରୀଜିଉଙ୍କ ନବକଳେବର କରିବ, ଆଉ ପ୍ରଶାସନ ଶ୍ରୀକ୍ଷେତ୍ରର ନବକଳେବର କରିବ । ଏମିତି କିଛି ଘୋଷଣା କରିଥିଲେ ରାଜ୍ୟ ସରକାର । ନବକଳେବରକୁ ମାତ୍ର ବର୍ଷେ ପୁରିଛି । ଏବେ ସାରା ସହରରେ ଦୁର୍ନୀତିର ଚିତ୍ର । ଆଉ ଏବେ ନଜରକୁ ଆସିଛି ନବକଳେବର ସ୍କାମର ଆଉ ଏକ ଦୃଶ୍ୟ । ଯେଉଁଠି ପୋଖରୀ ପୁନରୁଦ୍ଧାର ନାଁରେ ହରିଲୁଟ୍ ହୋଇଛି ଲକ୍ଷ ଲକ୍ଷ ଟଙ୍କା ।

ଅଠରନଳା ଅଲାମଚଣ୍ଡୀ ମନ୍ଦିର ନିକଟରେ ଥିବା ପଥର ପୋଖରୀ । ଯାହା ସହ ବନଯୋଗ ଯାତ୍ରାର ଖୁବ ନିବିଡ ସଂପର୍କ ଥିଲା । ତେଣୁ ଏହାର ସୌନ୍ଦର୍ଯ୍ୟକରଣ ଉପରେ ସରକାର ଗୁରୁତ୍ୱ ଦେଇଥିଲେ । ଆଉ ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହୋଇଥିଲା ୨୭ ଲକ୍ଷ ଟଙ୍କା । ହେଲେ ବର୍ଷେ ନପୁରୁଣୁ ଏହା ପଙ୍କମୟ ହୋଇଯାଇଛି । ଆଉ ଭାଙ୍ଗିଯାଇଛି ପୋଖରୀର ପାଚେରୀ । ଫଳରେ ଏ ପାଣି ବ୍ୟବହାର ଯୋଗ୍ୟ ନୁହଁ ବୋଲି ବୋର୍ଡ ଲଗାଇଛନ୍ତି ସରକାର ।

ତେବେ ଏଥିରୁ ଅନୁମାନ କରାଯାଉଛି କେତେ ଆତ୍ମୀୟତାର ସହ ସରକାର ଏହାର ରକ୍ଷଣାବେକ୍ଷଣ କରିଛନ୍ତି ।