କଂଗ୍ରେସକୁ ବାଏ ବାଏ କରିପାରନ୍ତି ବିଧାୟକ ନବ ଦାସ !  ୨୪ରେ ବିଜେଡିରେ ହୋଇପାରନ୍ତି ସାମିଲ

258

କନକ ବ୍ୟୁରୋ : କଂଗ୍ରେସର ହାତ ଛାଡି ବିଜେଡିର ଶଙ୍ଖ ଫୁଙ୍କିବେ ଝାରସୁଗୁଡା ବିଧାୟକ ନବ ଦାସ । ବିଜେଡିରେ ଯୋଗଦେବା ନେଇ ନବ ସିଧାସଳଖ କହିନଥିବା ବେଳେ ବୁଲେଇ ବଙ୍କେଇ ଏଭଳି କହିଛନ୍ତି । ୨୦୧୯ରେ ସେ ଶଙ୍ଖ ଚିହ୍ନରେ ଲଢନ୍ତୁ ବୋଲି ଝାରସୁଗୁଡାବାସୀ ତାଙ୍କୁ ଅନୁରୋଧ କରିଛନ୍ତି । ଏନେଇ ସେ ଖୁବଶୀଘ୍ର ନିଷ୍ପତି ନେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ସବୁ ଆଡୁ ଏହି ମତାମତ ଆସିବା ପରେ ଏକ ସଭାରେ ଆଜି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ନବ ଇଙ୍ଗିତ କରିଛନ୍ତି । ଲୋକ ଯାହା ମୋତେ ପରାମର୍ଶ ଦେଇଛନ୍ତି ତାଙ୍କର କଥା ମାନି ମୁୁଁ  ନିଷ୍ପତି ନେବି ବୋଲି କହିଛନ୍ତି ନବ ।

ଆସନ୍ତା ୨୪ ତାରିଖରେ ନବୀନଙ୍କ ଝାରସୁଗୁଡା ଗସ୍ତ ସମୟରେ କଂଗ୍ରେସର ଏହି ଟାଣୁଆ ନେତା ବିଜେଡିରେ ଯୋଗଦେବା ନେଇ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି । ରାହୁଲଙ୍କ ଓଡିଶା ଗସ୍ତ ପୂର୍ବରୁ ନବ କଂଗ୍ରେସ ଛାଡି ବିଜେଡି କ୍ୟାମ୍ପରେ ଯୋଗଦେବେ । ତେବେ ପୂର୍ବରୁ ବାରମ୍ବାର କଂଗ୍ରେସରୁ ଲଢିବି ବୋଲି କହି ଆସୁଥିବା ନବ ଆଜି ୟୁ-ଟର୍ଣ୍ଣ ମାରିଛନ୍ତି । ତେବେ କୌଣସି ନିଦ୍ଦିଷ୍ଟ କାରଣ ପାଇଁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବି ନାହିଁ ବୋଲି କହିଛନ୍ତି ନବ । ଲୋକଙ୍କ କଥା ଅନୁସାରେ ମୁୁଁ ନିଷ୍ପତି ନେବି ବୋଲି କହିଛନ୍ତି ନବ ।

ଦଳ ସଭାପତି ରାହୁଲ ଗାନ୍ଧି ଓ ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର ଭଲ ସର୍ମ୍ପକ ରହିଛି  । ତେବେ ଲୋକଙ୍କ ଅନୁରୋଧ କ୍ରମେ ଆଗାମୀ ଦିନରେ ଝାରସୁଗୁଡାବାସୀଙ୍କ କଥାକୁ ଗ୍ରହଣ କରି ନିଷ୍ପତି ନେବି ବୋଲି କହିଛନ୍ତି ନବ । ଏହାଛଡା ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ସମୟରେ ନବୀନଙ୍କୁ ସ୍ୱାଗତ କରିବି ବୋଲି କହିଛନ୍ତି ନବୀନ । ଏବେ ନବ ଦାସ ପିସିସିର କାର୍ଯ୍ୟକାରୀ ସଭାପତି ରହିଛନ୍ତି ।