କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଅଂଚଳରୁ ଜଣେ ମହିଳା ଆଇନଜୀବୀଙ୍କ ମୃତଦେହ ଉଦ୍ଧାର । ଭଡା ଘରେ ଝୁଲୁଥିବା ଅବସ୍ଥାରେ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ମୃତକଙ୍କ ଘର ବାଲେଶ୍ୱର ଜିଲ୍ଲାରେ ଓ ତାଙ୍କ ନାଁ ଦୀପାଳି ପ୍ରିୟଦର୍ଶିନୀ ଜେନା ବୋଲି ଜଣାପଡିଛି ।
ଦୀପାଳି ତାଙ୍କ ସାନ ଭଉଣୀ ସହ ଏଠାରେ ଭଡାଘରେ ରହୁଥିଲେ । ସାନ ଭଉଣୀ ସେଫାଳି ପ୍ରିୟଦର୍ଶିନୀ ଗତକାଲି ତାଙ୍କର ସାଙ୍ଗ ଘରକୁ ଯାଇଥିଲେ । ବଡ ଭଉଣୀ ଦୀପାଳି ତାଙ୍କ ପୁରୁଷ ବନ୍ଧୁ ବିକ୍ରମ କେଶରୀଙ୍କ ସହ ଗୋଟିଏ ଘରେ ଏକାଠି ରହିଥିଲେ । ପୁରୁଷ ବନ୍ଧୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଂଚଳର । ସେ ଜଣେ ବ୍ୟବସାୟ କରନ୍ତି । ମୃତ ଯୁବତୀ ଓକିଲାତି ପାସ୍ କରି ପ୍ରାକ୍ଟିସ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଭଉଣୀର ମୃତ୍ୟୁ ହେବା ପରେ ଦୀପାଳିଙ୍କ ପୁରୁଷ ବନ୍ଧୁଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଭଉଣୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/BBSR.jpg)