କନକ ବ୍ୟୁରୋ: ସାମନାକୁ ଆସିଲା ଅଭିନେତ୍ରୀ ନିକିତା ମୃତ୍ୟୁର ସତ । ଛାତ ଉପରେ ସ୍ୱାମୀଙ୍କ ସହ ଠେଲାପେଲା ଯୋଗୁଁ ଛାତ ଉପରୁ ତଳକୁ ନିକିତା ଖସିପଡିଥିବା ଡିସିପି କହିଛନ୍ତି । ସ୍ୱାମୀଙ୍କ ସହିତ ମନମାଳିନ୍ୟ ହୋଇଥିଲା । ଏହା ପରେ ଉଭୟ ଛାତ ଉପରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ଯୋଗୁଁ ନିକିତା ତଳକୁ ଖସିପଡିଥିବା ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି । ବାହାଘରର ୪ ମାସ ପରେ ନିକିିତା ଓ ତାଙ୍କ ସ୍ୱାମୀ ଲିପୁନଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା । ନିକିତା ସ୍ୱାମୀଙ୍କୁ ଗିରଫ କରାଯାଇଛି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅଖିଳେଶ୍ୱର ସିଂ ।
ପୁଲିସ୍ ସୂଚନା ମୁତାବକ, ବାହାଘରର ମାତ୍ର ୪ ମାସ ପରେ ନିକିତା ଏବଂ ତାଙ୍କ ସ୍ୱାମୀ ଲିପନଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଯାଇଥିଲା । ଯେଉଁ କାରଣରୁ ଅଧିକାଂଶ ସମୟରେ ନିକିତା ଶାଶୂ ଘର ପରିବର୍ତ୍ତେ ବାପଘରେ ରହୁଥିଲେ । ଘଟଣା ଘଟିବାର ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ କଥା ଯୁକ୍ତିତର୍କ ହୋଇଥିଲା । ଯାହାକି ଉଗ୍ରରୂପ ଧାରଣ କରିଥିଲା । ଏବଂ ନିକିତା ଏବଂ ଲିପନଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା । ଯେଉଁ କାରଣରୁ ନିକିତା ଛାତରୁ ତଳକୁ ଖସି ପଡିଯାଇଥିବା ପାରିପାଶ୍ୱିକ ପରିସ୍ଥିତିରୁ ଯାହା ଜଣା ପଡିଛି । ତେଣୁ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ହିଁ ଦାୟୀ ବୋଲି ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି । ଲିପନଙ୍କୁ ଗିରଫ କରାଯାଇଛି, ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ।
ସୂଚନାଥାଉ କି, ନିକିତାଙ୍କୁ ଲହୁଲୁହାଣ ଅବସ୍ଥାରେ ଶୁକ୍ରବାର ରାତିରେ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ରବିବାର ସନ୍ଧ୍ୟାରେ ତାଙ୍କ ବାପା ଘଟଣାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ଦର୍ଶାଇ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ଏତଲାରେ ସେ ଲିପନ ଓ ତାଙ୍କ ମା’ ବାପାଙ୍କୁ ଦାୟୀ କରିଥିଲେ। ଏନେଇ ୮/୧୯ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ୨୦୧୬ ନଭେମ୍ବରରେ ନିକିତା ଲିପନଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ବିଭିନ୍ନ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯେଉଁ କାରଣରୁ ଅଧିକାଂଶ ସମୟ ନିକିତା ତାଙ୍କ ବାପଘରେ ହିଁ ରହୁଥିଲେ । ତେବେ ବାପ ଘରେ ରହିବା ପରେ ସ୍ବାମୀଙ୍କ ସହିତ ତାଙ୍କର ମନୋମାଳିନ୍ୟ ଆରମ୍ଭ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/NIKITA-2.jpg)
/kanak/media/post_attachments/wp-content/uploads/2019/01/vlcsnap-2019-01-05-20h08m21s143-300x220.png)