ନିଶା ନା ନିରାଶା ! ରହସ୍ୟରେ ଋଷି ମୃତ୍ୟୁ

27

କନକ ବ୍ୟୁରୋ : ନିଶା ନା ନିରାଶା । ମୃତ ଋଷି ମହାନ୍ତିଙ୍କୁ ନେଇ ଆରମ୍ଭ ହୋଇଛି ଜଟିଳ ଅଙ୍କକଷା । ସେକ୍ସ ଭିଡିଓରେ ମେୟର ଅନନ୍ତ ନାରାୟଣ ଜେନା ଥିବା ଅଭିଯୋଗ ଆସିବା ପରେ ଏହି ମାମଲା ସହ ଛନ୍ଦି ହୋଇପଡିଛି ଇଂଜିନିୟରିଂ ଛାତ୍ର ମୃତ୍ୟୁ ମାମଲା । ଏସବୁ ଭିତରେ ସାମ୍ନାକୁ ଆସିଛି ଋଷିଙ୍କ ପୁରୁଣା ଫେସବୁକ୍ ପୋଷ୍ଟ ।

ଫମସ୍ ବାଷ୍ଟାର୍ଡ । ନମ୍ବର ୱାନ ଲେଡି । ରହସ୍ୟମୟୀ ପ୍ରେମିକା । ରିଷି ମୃତ୍ୟୁ ପଛର କିଏ ଏହି ୩ ଅଜ୍ଞାତ ଚରିତ୍ର । ସେକ୍ସ ସିଡି ଭାଇରାଲ୍ ହେବା ପରେ ଏହାକୁ ଲାଗି ରହିଛି ସସପେନ୍ସ । ମୃତ୍ୟୁର କିଛି ମାସ ପୂର୍ବରୁ ରିଷି ନିଜ ଫେସବୁକରେ ଏସବୁ ଚରିତ୍ରକୁ ନେଇ ଷ୍ଟାଟସ ପୋଷ୍ଟ କରିଥିଲେ । ସ୍ପଷ୍ଟ ଭାବରେ ଲେଖାଯାଇଛି ଜଣେ ଫେମସ ବାଷ୍ଟାର୍ଡ ଏବଂ ଜଣେ ମହିଳାଙ୍କୁ ସବୁଠୁ ଅଧିକ ଘୃଣା କରୁଥିଲେ ରିଷି ।

ହେଲେ ଦ୍ୱନ୍ଦରେ ଥିଲେ କାହାକୁ ଆଗ ମାରିବେ ଚାପୁଡା ।ଆଉ ଏହାକୁ ନେଇ ୱାଲ ଚାଟିଂରେ ସ୍ପଷ୍ଟ କରି ନଥିଲେ ବି ସିଧାସଳଖ ସେହି ୨ ଜଣଙ୍କୁ ଆକ୍ଷେପ କରୁଥିଲେ । ଖାଲି ସେତିକି ନୁହେଁ ନିଜ ପ୍ରେମରେ ବାଧା ସୃଷ୍ଟି ସଂପର୍କରେ ବି ଷ୍ଟାଟସ ରଖିଥିଲେ ରିଷି ।

ଦେଢବର୍ଷ ତଳର ଏହି ଷ୍ଟାଟସ୍ ଏବେ ସୃଷ୍ଟି କରିଛି ସନ୍ଦେହ । ଋଷିଙ୍କ ମୃତ୍ୟୁ ଅତ୍ୟଧିକ ନିଶାସେବନ ପାଇଁ ନା କିଛି ଶତ୍ରୁତା ଥିଲା କାହା ସହ । ଏ ଜଟିଳ ପ୍ରଶ୍ନର ଉତର ଖୋଜିବ କମିଶନରେଟ୍ ପୋଲିସ୍ ।

ସେପଟେ ମାଆଙ୍କ ସାନି ଅଭିଯୋଗ ପରେ ସ୍ପେଷାଲ ଟିମ ଗଠନ କରି ତନାଘନା ଆରମ୍ଭ କରିଛି କମିଶନରେଟ ପୁଲିସ । ରିଷିଙ୍କ ୪ ଜଣ ସାଙ୍ଗକୁ ଥାନାକୁ ଡାକି ୧୬୧ ଧାରାରେ ବୟାନ ରେକର୍ଡ କରିଛି । ରିଷି ମୃତ୍ୟୁ ସହ ସେକ୍ସ ସିଡିର ସଂପର୍କ ନେଇ ତଦନ୍ତ ଜାରି ରଖିଛି ।