ବିହାରରେ ଏକ୍ୟୁଟ୍ ଇନ୍ସେଫେଲାଇଟିସ୍ ସିଣ୍ଡ୍ରୋମ୍ ଅର୍ଥାତ୍ ଏଇଏସ୍ ର ପ୍ରଭାବ ଲଗାତାର ଜାରି ରହିଛି । ଏହି ଜୀବନଘାତକ ରୋଗ କବଳରେ ୫୨ ଶିଶୁଙ୍କ ଜୀବନ ଅକାଳରେ ଚାଲିଗଲାଣି ଏବଂ ଅନେକ ଶିଶୁ ଡାକ୍ତରଖାନା ବେଡରେ ମୃ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଗତ ୨୪ ଘଣ୍ଟାରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଶିଶୁ ଏହି ରୋଗରେ ପୀଡିତ ହେଲେଣି । ମୁଜଫରପୁରର SKMCH ଏବଂ କେଜରୀୱାଲ୍ ଡାକ୍ତରଖାନାରେ ୫୨ ଜଣ ଶିଶୁ ମୃତ୍ୟୁବରଣ କଲେଣି । ୨୪ ଜଣ ଶିଶୁ ଡାକ୍ତରଖାନାରେ ଚିକିତ୍ସୀତ ହୋଇ ଘରକୁ ଫେରିଲେଣି । SKMCH ତରଫରୁ ଆମ୍ବୁଲାନ୍ସକୁ ନିଃଶୁଳ୍କ କରାଯାଇଛି ଯେଉଁଥିରେ ଏହି ପିଲାମାନଙ୍କୁ ଘରକୁ ପଠାଯାଉଛି ଏବଂ ରୋଗୀଣା ପିଲାଙ୍କ ପରିବାରଙ୍କ ପାଇଁ ମଧ୍ୟ ମାଗଣା ଭୋଜନର ବ୍ୟବସ୍ଥା କରାଯାଉଛି ।
ଏହି ସମୟରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ବିହାର ଗସ୍ତ ରଦ୍ଧ ହୋଇଯାଇଛି । ସୂତ୍ରନୁସାରେ , ହର୍ଷବର୍ଦ୍ଧନ ସମେତ ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ମଧ୍ୟ ଏବେ ମୁଜଫରପୁର ଗସ୍ତକୁ ରଦ୍ଧ କରିଛନ୍ତିି । କେନ୍ଦ୍ରରୁ ଯେଉଁ ଟିମ୍ ବିହାର ଯାଇଛି ପ୍ରଥମେ ଏହାର ରିପୋର୍ଟ ଆସିବ ଏହାପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଏବଂ ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ମୁଜଫରପୁର ଯିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/FEVER.jpg)
/kanak/media/post_attachments/wp-content/uploads/2019/06/VBK-ENCEPHALITIS-PTI-300x199.jpg)
/kanak/media/post_attachments/wp-content/uploads/2019/06/Muzaffarpur-main-300x200.jpg)