୩ଟି ଅଣ୍ଡା ପାଇଁ ୧୬୭୨ ଟଙ୍କାର ବିଲ୍ ଦେଲା ହୋଟେଲ । ଟ୍ୱିଟରରେ ବିଲର ଫଟୋ ସେୟାର କଲେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶେଖର ।
ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶେଖର ରବଜିଆନୀ ଏବେ ନିଜର ସୋସିଆଲ ମିଡିଆ ପୋଷ୍ଟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଶେଖରଙ୍କ ଏହି ପୋଷ୍ଟ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି । ନିଜ ଟ୍ୱିଟର ପେଜରେ ଶେଖର ଏକ ହୋଟେଲ ବିଲ୍ ପୋଷ୍ଟ କରିଥିଲେ । ଯେଉଁଥିରେ ତିନିଟି ଅଣ୍ଡାର ଦାମ ଉଲ୍ଲେଖ ଥିଲା । କିନ୍ତୁ ଏହି ବିଲ୍ ଦେଖିବା ପରେ ଶେଖରଙ୍କ ଫ୍ୟାନ୍ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । କାରଣ ୩ଟି ଅଣ୍ଡା ପାଇଁ ଶେଖରଙ୍କୁ ୧୬୭୨ ଟଙ୍କାର ବିଲ୍ ଦେବାକୁ ପଡିଥିଲା । ୩ଟି ଅଣ୍ଡା ପାଇଁ ୧୩୫୦, ସର୍ଭିସ ଚାର୍ଜ ୬୭ ଟଙ୍କା ୫୦ ପଇସା, ଜିଏସଟି ବାବଦକୁ ୨୫୫ ଟଙ୍କା ୧୬ ପଇସା ଦେବାକୁ ପଡିଥିଲା ଶେଖରଙ୍କୁ ।
Kanak News is now on WhatsApp
Join and get latest news updates delivered to you via WhatsApp
Rs. 1672 for 3 egg whites???
That was an Eggxorbitant meal 🤯 pic.twitter.com/YJwHlBVoiR— Shekhar Ravjianii (@ShekharRavjiani) November 14, 2019
ଏହାପୂର୍ବରୁ ବଲିଉଡ ଅଭିନେତା ରାହୁଲ ବୋଷଙ୍କ ଠାରୁ ଦୁଇଟି କଦଳୀ ପାଇଁ ୪୪୨ ଚଣ୍ଡିଗଡର ଏକ ହୋଟେଲ ୪୪୨ ଟଙ୍କା ବିଲ୍ ଆଦାୟ କରିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ହୋଟେଲ ଠାରୁ ୨୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା । ସେହିଭଳି ଜଣେ ବ୍ୟକ୍ତି ମଧ୍ୟ ଦୁଇଟି ସିଝା ଅଣ୍ଡା ପାଇଁ ୧୭୦୦ ଟଙ୍କା ଦେଇଥିବା ଦାବି କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା ।