କନକ ବ୍ୟୁରୋ: ପ୍ରଖ୍ୟାତ ସେଫ୍ ବିକାଶ ଖାନ୍ନାଙ୍କ ନିର୍ଦ୍ଦେଶିତ ଇଂରାଜୀ ଚଳଚ୍ଚିତ୍ର ‘ଦ ଲାଷ୍ଟ କଲର’ରେ ପ୍ରିୟବତ ପାଣିଗ୍ରାହୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବାରଣାସୀରେ ସୁଟିଂ ହୋଇଥିବା ଏହି ଫିଲ୍ମଟି ଭାରତରେ ବିଧବାଙ୍କ ପାଇଁ ଥିବା ସାମାଜିକ ବାସନ୍ଦ ଉପରେ ଆଧାରିତ । ସ୍ପେନ, ଡଲାର୍ସ ଆଦି ଅନେକ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହୋଇସାରିଛି । ଚଳିତ ମାସ ୨୫ ତାରିଖରେ ଲସ ଏଂଜେଲସରେ ଫିଲ୍ମଟିର ଶୁଭ ମୁକ୍ତି ହେବାର କାର୍ଯ୍ୟକ୍ରମ ରହିଛି ।
ପ୍ରିୟବତ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ରୁଷୁଡା ପଂଚାୟତ ଅନ୍ତର୍ଗତ ତଥା ତୁଷୁରା ନିକଟବର୍ତ୍ତୀ ଚାଂଟିପଦର ଗାଁର ସୁଧୀର ପାଣିଗ୍ରାହୀ ଓ କଳ୍ପନା ପାଣିଗ୍ରାହୀଙ୍କ ପୁଅ । କିଟ୍ ବିଶ୍ୱ ବିଦ୍ୟାଳୟରେ ଇଂଜିନିୟରିଂ ପରେ ପ୍ରିୟବତ କିଛି ମାସ ଚାକିରି କରିଥିଲେ । ଏହାପରେ ଚାରିକି ଛାଡି ସେ ପୁନେସ୍ଥିତ ଏଫଟିଆଇଆଇରେ ସାଉଣ୍ଡ ଇଂଜିନିୟରିଂରେ ପାଠ ପଢିଥିଲେ । ତେବେ ପ୍ରିୟବତ କିଛି ଓଡିଆ ଚଳଚ୍ଚିତ୍ର ସହ ଟିଭି ଧାରାବାହିକରେ ବି କାମ କରିଛନ୍ତି । ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ଲାଷ୍ଟ କଲର’ ର ପ୍ରିମିୟର ସୋ କାଲିଫର୍ଣ୍ଣିଆ ଲସଏଂଜେଲସର ୱାର୍ଣ୍ଣର ବ୍ରୋସ୍ ଷ୍ଟିଡିଓରେ ହୋଇସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/ODIA.jpg)
/kanak/media/post_attachments/wp-content/uploads/2019/10/Last-Color_8833-300x225.jpg)