ମୁମ୍ବାଇରେ କରୋନା ସତର୍କତା : ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପଡିଲା ମହଙ୍ଗା , ଗୋଟିଏ ଦିନରେ ୧ ଲକ୍ଷ ୧୧ ହଜାର ଟଙ୍କା ଆଦାୟ କଲା ବିଏମସି

576

ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ମୁମ୍ବାଇରେ ବିଏମସି ପକ୍ଷରୁ ସଫେଇ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ମୁମ୍ବାଇରେ ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିବା ଲୋକଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରୁଛି ବିଏମସି । ଏଥିପାଇଁ ମାର୍ସଲଙ୍କୁ ସତର୍କ ରହିବାକୁ ମଧ୍ୟ ଆଦେଶ ଦିଆଯାଇଛି । ଗୋଟିଏ ଦିନରେ ବିଏମସି ୧୧୧ ଲୋକଙ୍କ ଠାରୁ ୧ ଲକ୍ଷ ୧୧ ହଜାର ଟଙ୍କା ଜରିମାନା ଆଦାୟ କରିସାରିଛି ।


ବିଏମସି କମିଶନର୍ ପ୍ରବୀଣ ପରଦେଶୀଙ୍କ କହିବାନୁସାରେ , ଗହଳି ସ୍ଥାନରେ ଛେପ ପକାଇବା ଦ୍ୱାରା କରୋନା ବ୍ୟାପିବାର ଅଧିକ ଆଶଙ୍କା ଥାଏ । ସେଥିପାଇଁ ଲୋକଙ୍କୁ ଭୁତାଣୁରୁ ଦୂରେଇ ରଖିବା ପାଇଁ ଆମକୁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡିଛି । ପ୍ରଥମେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଲୋକେ ୨୦୦ ଟଙ୍କା ଫାଇନ୍ ଦେଉଥିଲେ ବର୍ତ୍ତମାନ ଏହାକୁ ବଢାଇ ୧ ହଜାର ଟଙ୍କା କରାଯାଇଛି । ବୁଧବାର ପର୍ଯ୍ୟନ୍ତ ୧୧୧ ଜଣଙ୍କ ଠାରୁ ୧ ଲକ୍ଷ ୧୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।