କମାଣ୍ଡୋ ଲୁକରେ କ୍ୟାପଟେନ୍ କୁଲ୍ ! ନୂଆ ଅନ୍ଦାଜରେ ନଜର ଆସିଲେ ମାହି ।

288

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଧୋନୀ ଏବେ କ୍ରିକେଟ ମଇଦାନରୁ ଦୂରେଇ ରହିଛନ୍ତି । କିନ୍ତୁ ବିଭିନ୍ନ ସମୟରେ ବିଭିନ୍ନ ଲୁକରେ ନଜର ଆସୁଛନ୍ତି ମାହି । ନିକଟରେ ଧୋନୀଙ୍କୁ ଜୟପୁର ଏୟାରପୋର୍ଟରେ ଦେଖିବାକୁ ମିଲିଥିଲା । ଏଥର ସେ ଏକ ଭିନ୍ନ ରୂପରେ ଫ୍ୟାନ୍ସଙ୍କ ସାମ୍ନାରେ ନଜର ଆସିଥିଲେ । ଆଉ ଧୋନୀଙ୍କ ଏହି ନୂଆ ଲୁକର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କମାଣ୍ଡୋ ଲୁକରେ କ୍ୟାପଟେନ କୁଲ । ଆର୍ମି କମାଣ୍ଡୋଙ୍କ ଭଳି ଧୋନି ମୁଣ୍ଡରେ କଳା କପଡା ପିନ୍ଧିଥିବାର ଦେଖିବାକୁ ମିଳିଛି । କାଶ୍ମୀରର ସେନା ଶିବିରରୁ ୧୫ ଦିନର ଟ୍ରେନିଂ ନେବା ପରେ ଏହି ଲୁକରେ ନଜର ଆସିଛନ୍ତି ମାହି । ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏହି ନୂଆ ଲୁକରେ ଜୟପୁର ବିମାନବନ୍ଦରରେ ସ୍ପଟ ହୋଇଛନ୍ତି ଧୋନି । ଜୟପୁରରେ ପ୍ରାୟ ୬ ଘଣ୍ଟା ରହିଥିବା ବେଳେ ମାହିଙ୍କୁ ଦେଖିବାକୁ ଫ୍ୟାନ ମାନଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଥିଲା । ମିଲେଟ୍ରି ରଙ୍ଗର ଟିସାର୍ଟ, କଳା ରଙ୍ଗର ପ୍ୟାଣ୍ଟ ଏବଂ ମୁଣ୍ଡରେ କଳା କପଡାରେ ପୂରା ପ୍ରଶିକ୍ଷିତ କମାଣ୍ଡୋ ଭଳି ଲାଗୁଥିଲେ ମାହି ।

ନିକଟରେ ଧୋନୀ ଜାମ୍ମୁକାଶ୍ମୀରରେ ସେନାରେ ଟ୍ରେନିଂ ନେଉଥିବା ସମୟରେ ସେନା ପୋଷାକରେ ନଜର ଆସିଥିଲେ । ଆଉ ଏହା ପରେ ଅଲଗା ଅଲଗା ଅନ୍ଦାଜରେ ନଜର ଆସିଥିଲେ ମାହି । କେତେବେଳେ ନିଜ ଜୋତା ନିଜେ ସଫା କରୁଥିବାର ଫଟୋ ତ ପୁଣି କେତେବେଳେ ପିଲାଙ୍କ ସହ କ୍ରିକେଟ ଖେଳୁଥିବାର ଫଟୋ ଭାଇରାଲ ହୋଇଥିଲା । ଆଉ ଏବେ କମାଣ୍ଡୋ ଲୁକରେ ନଜର ଆସିଛନ୍ତି ଧୋନି ।

କମାଣ୍ଡୋ ଟ୍ରେନିଂ ନେବା ପୂର୍ବରୁ ୨୦୧୯ ବିଶ୍ୱକପ୍ ପରେ କ୍ରିକେଟ ଜଗତରୁ ନିଜକୁ ଦୂରେଇ ରଖିଥିଲେ ଧୋନୀ । ଏପରିକି ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ପୂର୍ବରୁ ବିସିସିଆଇ ଠାରୁ ୨ ମାସର ବିଶ୍ରାମ ପାଇଁ ଆବେଦନ କରିଥିଲେ ମାହି । ଆଉ ଏହି ସମୟରେ ସେ ଟେରିଟୋରିଆଲ ଆର୍ମି ସହ ଜାମ୍ମୁକାଶ୍ମୀରରେ ନିଜ ୨ ସପ୍ତାହର ଟ୍ରେନିଂ ପୁରା କରିଥିଲେ । ଧୋନୀ ବର୍ତ୍ତମାନ ସମୟରେ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ଅଛନ୍ତି ।