ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଗାମୀ ଦିନରେ କ୍ରିକେଟ ଏକାଡେମି ଖୋଲିବାକୁ ଯାଉଛନ୍ତି। ଧୋନି ଏହି କ୍ରିକେଟ ଏକାଡେମିକୁ ଛତିଶଗଡ଼ରେ ଖୋଲିବାକୁ ମନ ବଳାଇଛନ୍ତି। ବିଶ୍ୱର ଲୋକପ୍ରିୟ କ୍ରିକେଟର ଏକାଡେମି ଖୋଲିବା ପାଇଁ ଛତିଶଗଡ଼ ସରକାରଙ୍କୁ ପ୍ରସ୍ତାବ ପଠାଇଛନ୍ତି।
ଧୋନିଙ୍କ ଦ୍ୱାରା ପଠାଯାଇଥିବା ପ୍ରସ୍ତାବକୁ ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି। କ୍ରୀଡ଼ା ବିଭାଗ ଏ ନେଇ ଅବଲୋକନ କରୁଛନ୍ତି। କ୍ରୀଡା ପରିଚାଳକ ଧର୍ମେନ୍ଦ୍ର ସାହୁ କହିଛନ୍ତି, ଧୋନିଙ୍କ ପ୍ରସ୍ତାବକୁ ବିଚାର କରାଯିବ। ସରକାର ଏହି ନିଷ୍ପତ୍ତି ଖୁବ୍ ଶୀଘ୍ର ନେବେ। ରାଜ୍ୟରେ ଏକାଡେମି ଖୋଲିବାକୁ ଯଦି ନିଷ୍ପତ୍ତି ନିଆଯିବ ତା’ହେଲେ ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଏକାଡେମୀ ହେବ। ଏଥିରେ କ୍ରିକେଟ ପାଇଁ ସବୁ ପ୍ରକାରର ସୁବିଧା ରହିବ। ଏଥି ସହିତ ରାଜ୍ୟରେ ଭଲ କ୍ରିକେଟର ବାହାରିବେ। ବର୍ତ୍ତମାନ କ୍ଷେତ୍ରରେ ଧୋନିଙ୍କ ପ୍ରସ୍ତାବକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ବର୍ଷ ୨୦୦୫ ଡିସେମ୍ବର ୨-୬ ଶ୍ରୀଲଙ୍କା ବିପକ୍ଷରେ ଧୋନି ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିଲେ। ମହେନ୍ଦ୍ର ସିଂହ ଧୋନି ୯୦ ଟେଷ୍ଟ ମ୍ୟାଚରୁ ୧୪୪ ଇନିଂସରେ ୪୮୭୬ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୬ଟି ଶତକ ଥିବା ବେଳେ ୩୩ଟି ଅର୍ଦ୍ଧଶତକ ସାମିଲ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୪ ଡିସେମ୍ବର ୨୬-୩୦ ମେଲବର୍ଣ୍ଣରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ଥିଲା। ବର୍ଷ ୨୦୦୪ ଡିସେମ୍ବର ୨୩ରେ ବାଂଲାଦେଶ ବିରୋଧରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ ଧୋନି। ସେ ୩୩୨ ଦିନିକିଆ ମ୍ୟାଚରେ ୧୦,୧୭୩ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୧୦ଟି ଶତକ ଏବଂ ୬୭ଟି ଅର୍ଦ୍ଧଶତକ ସାମିଲ ରହିଛି। ଦକ୍ଷିଣ ଆଫ୍ରୀକା ବିପକ୍ଷରେ ଧୋନି ନିଜର ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟର ୨୦୦୬ରେ ଆରମ୍ଭ କରିଥିଲେ। ଏହି ମାମଲାରେ ଧୋନି ୯୩ଟି ମ୍ୟାଚ ଖେଳି ୧୪୮୭ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ ଅଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/RTX3E5B9_0.jpeg)