ୱିକେଟ୍ ପଛରେ ଧୋନୀଙ୍କ କରିସ୍ମା ! ବିଜୁଳୀ ବେଗରେ କଙ୍ଗାରୁ ଖେଳାଳୀଙ୍କୁ କଲେ ଆଉଟ୍, ଦେଖନ୍ତୁ ଭିଡିଓ । 

811

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ କଙ୍ଗାରୁ ଦଳକୁ ମାତ ଦେଇଛି ବିରାଟ ବ୍ରିଗେଡ୍ । ତେବେ ଏହି ମ୍ୟାଚ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୱିକେଟ ପଛରେ ପୁଣି ଥରେ ଚମକିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଆଉ ଏଥିରୁ ଜଣାପଡିଛି, ବଡରୁ ବଡ ଏବଂ ଧୁରନ୍ଧର ବ୍ୟାଟ୍ସମ୍ୟାନ ମାନେ ମଧ୍ୟ ଯଦି କ୍ରିଜରୁ ଟିକିଏ ବାହାରକୁ ଯାଇ ବ୍ୟାଟିଂ କରୁଛନ୍ତି, ତେବେ ୱିକେଟ୍ ଉଡାଇବାକୁ ଧୋନୀ ବେଶି ସମୟ ନିଅନ୍ତି ନାହିଁ ।

ଅଷ୍ଟ୍ରେଲିଆ ଇନିଂସର ୨୮ ତମ ଓଭରରେ ଯେତେବେଳେ ରବିନ୍ଦ୍ର ଜାଡେଡା ବୋଲିଂ କରିବା ପାଇଁ ଆସିଲେ, ସେତେବେଳେ କଙ୍ଗାରୁ ଦଳର ମିଡିଲ ଅର୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ପିଟର ହ୍ୟାଣ୍ଡସକମ୍ବଙ୍କୁ ୱିକେଟ୍ ପଛରେ ଧୋନୀଙ୍କ ଦ୍ୱାରା ଷ୍ଟମ୍ପିଂ କରାଇଥିଲେ । ଏକ ସଟ୍ ମାରିବା ଉଦ୍ଦେଶ୍ୟରେ ଜାଡେଜାଙ୍କ ବଲକୁ ବୁଝିପାରିନଥିଲେ କଙ୍ଗାରୁ ଦଳର ଏହି ବ୍ୟାଟ୍ସମ୍ୟାନ୍ । ଏବଂ ବଲଟି ତାଙ୍କ ଠାରୁ ମିସ୍ ହେବା ପରେ ଧୋନୀ ଅତି ଦ୍ରୁତ ଗତିରେ ତାଙ୍କୁ ଷ୍ଟମ୍ପ ଆଉଟ୍ କରିଥିଲେ ।