ମିସେସ୍ ପାୱାରଫୁଲ୍

59

ଫୋର୍ବସ୍ ମାଗାଜିନ୍ ଦ୍ୱାରା ପ୍ରକାଶ ପାଇଛି ପାୱାରଫୁଲ୍ ମହିଳା ବ୍ୟବସାୟୀଙ୍କ ତାଲିକା । ଭାରତର ଏଇ ବ୍ୟବସାୟୀ ତାଲିକାରେ ଏକ ନମ୍ବର ସ୍ଥାନରେ ଅଛନ୍ତି ନିତା ଅମ୍ବାନି । ରିଲାଏନ୍ସର କମ୍ପାନୀର ଅଧ୍ୟକ୍ଷା ନିତା ଏବେ ଏସିଆ ମହାଦେଶର ପାୱାରଫୁଲ୍ ବିଜନେସ୍ ଉଇମ୍ୟାନ୍ ଭାବେ ସ୍ଥାନ ପାଇଛନ୍ତି ଫୋର୍ବସ୍ ମାଗାଜିନ୍ରେ । ୫୨ ବିର୍ଷିୟ ନିତା ଅମ୍ବାନି ସୁଚାରୁ ରୂପେ ତୁଲାଇଛନ୍ତି ଅଧ୍ୟକ୍ଷା ପଦବୀ । ସ୍ୱାମୀ ମୁକେଶ ଅମ୍ବାନି ଫୋର୍ବସ୍ ମାଗାଜିନର କୋଟିପତି ତାଲିକାରେ ନିଜର ନାଁ ଲେଖିଥିବା ବେଳେ ନିତା ଅମ୍ବାନି ବି ପଛରେ ନ ରହି ପ୍ରମାଣିତ କରିଛନ୍ତି ସେ ବି ଜଣେ ଶକ୍ତିଶାଳୀ ବିଜନେସ୍ ଉଇମ୍ୟାନ୍ । ନିତା ଅମ୍ବାନିଙ୍କ ଫୋର୍ବସ୍ ତାଲିକାକୁ ନେଇ ସ୍ପେଶାଲ ରିପୋର୍ଟରେ ଦେଖିବା ମିସେସ୍ ପାୱାରଫୁଲ୍ ।

07TH_NITA_AMBANI_2236033f

ପ୍ରକାଶ ପାଇଛି ୨୦୧୬ର ମୋଷ୍ଟ ପାୱାରଫୁଲ୍ ବିଜନେସ୍ ଉଇମେନ୍ଙ୍କ ତାଲିକା । ଏଥର ବାଜିମାତ୍ କରିଛନ୍ତି ବ୍ୟବସାୟୀ ନିତା ଅମ୍ବାନି । ଫୋର୍ବସ୍ ମାଗାଜିନ୍ ପ୍ରକାଶ କରିଛି ଏହି ତାଲିକା । ଯେଉଁଥିରେ ନିତା ଅମ୍ବାନିଙ୍କ ନାଁ ଅଛି ଶୀର୍ଷରେ । ପ୍ରଥମ ୫୦ ଜଣଙ୍କ ମଧ୍ୟରେ ନିତା ଅମ୍ବାନି ଏସିଆ ମହାଦେଶର ମୋଷ୍ଟ ପାୱାରଫୁଲ୍ ଉଇମ୍ୟାନ୍ ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଆଉ ୮ଜଣ ଭାରତୀୟ ମହିଳା । ଯେଉଁମାନେ ଶ୍ରେଷ୍ଠ ବ୍ୟବସାୟୀ ଭାବେ ସ୍ଥାନିତ ହୋଇଛନ୍ତି ଫୋର୍ବସର ଏହି ତାଲିକାରେ । ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଭାବେ ନିତା ଅମ୍ବାନି ସମ୍ଭାଳିଛନ୍ତି ଏକ ଗୁରୁ ଦାୟିତ୍ୱ । ସେହିପରି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଓ ମ୍ୟାନେଜିଙ୍ଗ ଡିରେକ୍ଟର ଅରୁନ୍ଧତି ଭଟ୍ଟାଚାର୍ଯ୍ୟଙ୍କୁ ମିଳିଛି ଦ୍ୱିତୀୟ ସ୍ଥାନ । ଅରୁନ୍ଧତି ପୂର୍ବରୁ ଜଣେ ସଫଳ ବିଜନେସ୍ ଉଇମ୍ୟାନ୍ଭାବେ ପାଇଛନ୍ତି ଅନେକ ସମ୍ମାନ । ଚାଇନା, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଥାଇଲ୍ୟାଣ୍ଡ, ଜାପାନ ଆଦି ଦେଶରୁ ଏହି ତାଲିକାରେ ପ୍ରତିଯୋଗିତା କରୁଥିଲେ ବି ନିତା ବାଜିମାତ୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି “ ମୁ ସିଗମା ର ସିଇଓ ଅମ୍ବିଗା ଧିରଜ ତାଙ୍କର ସ୍ଥାନ ରହିଛି ୧୪ ନମ୍ବରରେ । ସେହିପରି ୧୬ ତମ ସ୍ଥାନରେ ଅଛନ୍ତି ୱେଲସ୍ପୁନ୍ ଇଣ୍ଡିଆର ସିଇଓ ଦିପାଲି ଗୋଏଙ୍କା, ୧୮ତମ ସ୍ଥାନରେ ଅଛନ୍ତି ଲୁପିନ୍ ର ସିଇଓ ଭିନିତା ଗୁପ୍ତା, ୨୨ତମ ସ୍ଥାନରେ ଅଛନ୍ତି ଆସିଆଇସିଆଇ ବ୍ୟାଙ୍କ ମ୍ୟାନେଜିଙ୍ଗ ଡାଇରେକ୍ଟର ଓ ସିଇଓ ଚନ୍ଦା କୋଚର, ୨୬ତମ ସ୍ଥାନରେ ଅଛନ୍ତି ଭିଏଲ୍ ସିସି ହେଲ୍ଥ କେୟାର ଫାଉଣ୍ଡରଓ ଭାଇସ୍ ଚେୟାରମ୍ୟାନ୍ ବନ୍ଦନା ଲୁଥ୍ରା ଓ ୨୮ତମ ସ୍ଥାନରେ ଅଛନ୍ତି ବାଇଓକୋନ୍ ଫାଉଣ୍ଡର ଚେୟାରମ୍ୟାନ ଓ ମ୍ୟାନେଜିଙ୍ଗ ଡାଇରେକ୍ଟର କିରନ୍ ମଜୁମଦାର ସ । ଏହି ତାଲିକାରେ ସ୍ଥାନ ପାଇବାକୁ ହେଲେ ଏମାନଙ୍କା କାର୍ଯ୍ୟପ୍ରଣାଳୀ ସହ ବିଭିନ୍ନ ଦିଗପ୍ରତି ଧ୍ୟନ ଦିଆଯାଇଥାଏ । ଏଥରର କୋଟିପତି ତାଲିକାରେ ବାଜିମାତ୍ କରିଥିବା ଅମ୍ବାନୀ ପରିବାର ପୁଣି ଥରେ ଶୀର୍ଷରେ ରହି ପ୍ରମାଣ କରିଛନ୍ତି ତାଙ୍କର ପାରଦର୍ଶିତା ।

ନିତା ଅମ୍ବାନି । ଭାରତର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନିଙ୍କ ଧର୍ମପତ୍ନି ଭାବେ ତାଙ୍କର ରହିଛି ପରିଚୟ । ଏହାପରେ ବି ରିଲାଏନ୍ସର ଅଧ୍ୟକ୍ଷା ଭାବେ ସେ ତୁଳାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବିଭିନ୍ନ କ୍ଷେତ୍ରରେ କାମ କରିବାରେ ରୁଚି ଋକ୍ଷନ୍ତି ନିତା । କଳା, ସଂସ୍କୃତି, ଶିକ୍ଷ. ସ୍ୱାସ୍ଥ୍ୟ ତଥା ଖେଳରେ ବି ରୁଚି ରହିଛି ନିତା ଅମ୍ବାନିଙ୍କର । ଏବେ ସେ ଏସିଆ ମହାଦେଶର ଜଶେ ଶକ୍ତିଶାଳୀ ବିଜନେସ୍ ମହିଳା ଭାବେ ଲେଖିଦେଇଛନ୍ତି ନିଜର ନାଁ । ତାଙ୍କର ଏହି ପରିଚୟ ଅନ୍ୟ ମହିଳାମାନଙ୍କ ପାଇଁ ହୋଇଛି ପ୍ରେରଣା ।

NIta

ନଭେମ୍ବର ୧ ତାରିଖ ୧୯୬୩ ମସିହାରେ ଜନ୍ମ ନିତା ଅମ୍ବାନୀଙ୍କର । ମଧ୍ୟବିତ ପରିବାରରେ ଜନ୍ମ ନିତାଙ୍କର । ପିତା ଜଣେ ବ୍ୟବସାୟୀ ଥିବା ବେଳେ ମା ଥିଲେ ଗୃହିଣି । ଇଂଟେରିୟର୍ ଡିଜାଇନ୍ରେ ଶିକ୍ଷା ନେବା ପରେ ୟରଲି ଚାଇଲ୍ ହୁଡ୍ ଏଡୁକେସନରେ ଡିପ୍ଲୋମା କରିଛନ୍ତି ନିତା ଅମ୍ବାନି । ପ୍ରଥମେ ଶିକ୍ଷକତା କରୁଥିବା ନିତା ବିବାହ ପରେ ପାଲଟିଗଲେ ଜଣେ ସଫଳ ବ୍ୟବସାୟୀ । ସମ୍ଭାଳିଲେ କୋଟିପତି ସ୍ୱାମୀ ମୁକେଶ ଅମ୍ବାନିଙ୍କ ବ୍ୟବସାୟ । ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଭାବେ ନିତା ଅମ୍ବାନି ସାଉଁଟିଛନ୍ତି ଅନେକ ସଫଳତା । ଗାଁ ଏବଂ ସହର ମଧ୍ୟରେ ଥିବା ଦୂରତାକୁ ହଟାଇବାରେ ନିତା ଅମ୍ବାନି ନେଇଛନ୍ତି ପ୍ରମୁଖ ଭୁମିକା । ୨୦୧୫ରେ ବିଜନେସ୍ ଟୁଡେ ନିତା ଅମ୍ବାନିକୁ ଭାରତର ମୋଷ୍ଟ ପାୱାରଫୁଲ୍ ୱେମେନ୍ ଭାବେ ସମ୍ମାନିତ କରିଥିଲା । ଏହା ସହ ନିତା ତାଙ୍କ ସଫଳତା ପାଇଁ ଅନେକ ଥର ବିଭିନ୍ନ ସଂସ୍ଥା ଦ୍ୱାରା ସମ୍ମାନିତ ହୋଇଛନ୍ତି । ଏବେ ସମାଜସେବା କ୍ଷେତ୍ରରେ ନିତାଙ୍କର ବେଶ ନାଁ ରହିଛି । ବନ୍ୟା, ବାତ୍ୟା ଅବା ଭୁକମ୍ପ ପ୍ରପିଡିତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ନିତା ଅମ୍ବାନୀ । ସେହିପରି ଖେଳରେ ରୁଚି ରଖୁଥିବା ନିତା ଆରମ୍ଭ କରିଥିଲେ ଇଣ୍ଡିଆନ୍ ସୁପର ଲିଗ୍ । ଯାହା ଏବେ ଦୁଇଟି ସେସନ୍ ପୁରଣ କରିପାରିଛି । ନିତାଙ୍କର ଦୃୃଢ ଆତ୍ମ ବିଶ୍ୱାସ ହିଁ ତାଙ୍କୁ ଆଜି ଜଣେ ସଫଳ ମହିଳା ବ୍ୟବସାୟୀ ଭାବେ ଅପରିଚୟ ଦେଇଛି ।

କଠିନ ପରିଶ୍ରମ ଓ ମନରେ ଉଚ୍ଚ ଆଶା ନେଇ ଆଗକୁ ବଢିଲେ ସଫଳତା ଦିନେ ନା ଦିନେ ଆସିଯିବ ହାତ ପାହାନ୍ତାକୁ । ଭାରତର କୋଟିପତି ତାଲିକାର ଶୀର୍ଷରେ ଥିବା ମୁକେଶ ଅମ୍ବାନୀଙ୍କ କଥା କୁହନ୍ତୁ ଅବା ଏସିଆ ମହାଦେଶର ପାୱାରଫୁଲ୍ ବିଜନେସ୍ ଉଇମେନ୍ ଭାବେ ପରିଚୟ ପାଇଥିବା ନିତା ଅମ୍ବାନିଙ୍କ କଥା କୁହନ୍ତୁ । ଏମାନେ ସମସ୍ତେ ଆଗାମୀ ପିଢିପାଇଁ ଉଦାହରଣ ।