ମଧ୍ୟ ପ୍ରଦେଶରେ ୧୫ ବର୍ଷ ପରେ ହଟିପାରେ ଶିବ‘ରାଜ୍’ । ସରକାରକୁ ଫେରିପାରେ କଂଗ୍ରେସ୍

90

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ବି ସମାନ ପରିସ୍ଥ୍ିତି । ଆଜି ସକାଳ ୮ଟାରୁ ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ପେପର ଖୋଲାଯାଇ ଏହାର ଗଣନା କରାଯାଇଛି। ତେବେ ମଧ୍ୟପ୍ରଦେଶରେ ୧୫ ବର୍ଷର ବିଜେପି ଶାସନକୁ ଲାଗିପାରେ ଜୋରଦାର ଝଟକା । କାରଣ ବର୍ତ୍ତମାନ ପରିସ୍ଥିତିରେ ବିଜେପିଠାରୁ ବହୁ ଆଗରେ ରହିଛି କଂଗ୍ରେସ । ବିଜେପିର ୯୦ଟି ଆସନ ସଂରକ୍ଷଣ କରିଥିବା ବେଳେ କଂଗ୍ରେସ ବର୍ତ୍ତମା ପର୍ଯ୍ୟନ୍ତ ୧୦୦ଟି ଆସନରେ ଆଗୁଆ ରହିଛି ।

ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ୨ହଜାର ୯ଶହ ୭ ଜଣ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନ ରଣାଙ୍ଗନରେ ପରସ୍ପରକୁ ଭେଟୁଛନ୍ତି। ତେବେ ଗତ ନିର୍ବର୍ାଚନ ଅ୍ରପେକ୍ଷା ଏଥର ଅଧିକ ପ୍ରତିଶତ ଲୋକ ଭୋଟ୍ ଦେଇଛନ୍ତି। ୨୦୧୩ ନିର୍ବାଚନରେ ୭୩ ପ୍ରତିଶତ ଭୋଟ୍ ପୁଲିଂ ହୋଇଥିଲା। ମାତ୍ର ୨୦୧୮ରେ ୭୫.୦୫ ପ୍ରତିଶତ ଭୋଟ୍ ପୁଲିଂ ହୋଇଛି। ପ୍ରତି ଭୋଟ୍ ଗଣନା କେନ୍ଦ୍ରରେ ୧୪ଟି ଟେବୁଲ କରାଯାଇଛି। ସେହିପରି ୨୨ ରାଉଣ୍ଡ ଭୋଟ୍ ଗଣତି ଦ୍ୱାରା ବିଜେତା ସ୍ଥିର ହେବା ପାଇଁ ବ୍ୟବସ୍ଥା କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ହେଉଛି ଉଭୟ ଦଳ ସେମାନଙ୍କ ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ନେତୃତ୍ୱରେ ମଧ୍ୟ ପ୍ରଦେଶରେ ନିର୍ବାଚନ ଲଢ଼ିଥିବା ବେଳେ କଂଗ୍ରେସ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲନାଥଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ନିର୍ବାଚନ ଲଢ଼ୁଥିଲେ।