ସାମ୍ନାକୁ ଆସିଛି ଜଣେ ମା’ର କଳା କାରନାମା । ନିଜ ୪ ବର୍ଷର ପୁଅକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ମହିଳା । କୋର୍ଟରେ ଅଭିଯୁକ୍ତ ମା’ ଜଣକ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି । ଘଟଣାଟି ଘଟିଛି ଆମେରିକାର ଓହିୟୋ ସହରରେ ।
ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଅଭିଯୁକ୍ତ ମହିଳା ଜଣକ ପୁଅକୁ ଦୁଷ୍କର୍ମ କରୁଥିବା ସମୟର ଏକ ଭିଡିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିଲେ । ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଅଭିଯୁକ୍ତ ଜଣକ କ୍ୟାମେରା ଆଗରେ ଏକ ଛୋଟ ଡ୍ରେସ୍ ପିନ୍ଧି ଡ୍ୟାନ୍ସ କରୁଛନ୍ତି । ଆଉ ତାଙ୍କ ପଛରେ ପିଲାଟି ଖୁବ୍ ଜୋରରେ କାନ୍ଦୁଛି ।
ଏକ ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ , ଜଣେ ବ୍ୟକ୍ତି ୟୁଟ୍ୟୁବରେ ଏହି ଭିଡିଓ ଦେଖି ଖବର ଦେବା ପରେ ଫେବ୍ରୁଆରୀ ୬ ତାରିଖ ଦିନ ଅଭିଯୁକ୍ତ ମହିଳାଙ୍କୁ ପୁଲିସ୍ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/rape_1486548033_749x421.png)