ଦୁନିଆରେ ୭ ହଜାରରୁ ବି ଅଧିକ ଭାଷା ଅଛି, ହେଲେ ସର୍ବାଧିକ ପ୍ରଚଳିତ ଭାଷା କ’ଣ ଜାଣିଛନ୍ତି କି ? ଜାଣନ୍ତୁ ହିନ୍ଦୀ ଭାଷା କେଉଁ ସ୍ଥାନରେ ଅଛି

69

ଦୁନିଆରେ ୭,୦୦୦ରୁ ଅଧିକ ଭାଷା ଅଛି । ପ୍ରତ୍ୟେକ ଭାଷାରେ ନିଜସ୍ୱ ଇତିହାସ ଅଛି । କିଛି ଭାଷା ଅନ୍ୟ ଭାଷା ତୁଳନାରେ ଅଧିକ ବ୍ୟାପକ ଭାବେ ବୋଲାଯାଏ । ଜାଣନ୍ତୁ କେଉଁ ଭାଷା ଆମକୁ ଦୁନିଆ ସହିତ ଜଡିତ ରଖିବ ଓ ଦୁନିଆକୁ ଗତିଶୀଳ ରଖିବ । ଏହି ରାକିଂଗ କେବଳ ପ୍ରାଥମିକ ବା ଦେଶୀ ବକ୍ତାଙ୍କୁ ଦର୍ଶାଏ । ଏହା ଅନୁମାନ ଲଗାଯାଇଛି କି ଦୁନିଆର ଅଧା ଜନସଂଖ୍ୟା ବହୁଭାଷୀ ଅଛନ୍ତି ଓ ସେଥିପାଇଁ ସେହି ଭାଷାଗୁଡିକ ପାଇଁ ପୂର୍ଣ୍ଣ ସଂଖ୍ୟା, ଯେଉଁମାନେ ସେହି ଭାଷାକୁ କହିବାରେ ସକ୍ଷମ ଅଛନ୍ତି ଓ ବହୁତ ଅଧିକ ଅଛନ୍ତି । ଅଧିକ କୁହାଯାଉଥିବା ଭାଷା ହେଉଛି ଚୀନର ମେଣ୍ଡରୀନ୍ ଭାଷା। ଏହା ପଛକୁ ରହିଛି ଅନ୍ୟାନ୍ୟ ଦେଶର ଭାଷା। ତେବେ ଆସନ୍ତୁ ଜାଣିବା ବିଶ୍ୱରେ ସର୍ବାଧିକ କୁହାଯାଉଥିବା ଏହି ଲୋକପ୍ରିୟ ଭାଷା ବିଷୟରେ ଏବଂ ଏହା କେଉଁ କେଉଁ ସ୍ଥାନରେ ପ୍ରଚଳିତ।

ମେଣ୍ଡରୀନ୍ ଭାଷା : ଏହା ଚୀନରେ କୁହାଯାଉଥିବା ଏକ ପ୍ରମୁଖ ଭାଷା ମଧ୍ୟରୁ ଗୋଟିଏ। ଏହାକୁ ଦୁନିଆରେ କୁହାଯାଉଥିବା ସବୁ ଭାଷା ମଧ୍ୟରେ ପ୍ରଥମ ସ୍ଥାନରେ ସ୍ଥାନିତ କରାଯାଇଛି। ଏହି ଭାଷାକୁ ପ୍ରାୟ ୮୯.୮ କୋଟି ଲୋକ କହିଥାନ୍ତି।

ସ୍ପେନିଶ୍ ଭାଷା : ଦୁନିଆରେ ସର୍ବାଧିକ କୁହାଯାଉଥିବା ଭାଷା ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଆସେ ସ୍ପେନିଶ୍ ଭାଷା। ଏହି ଭାଷାକୁ ବିଶ୍ୱରେ ୪୩.୭ କୋଟି ଲୋକ କହିଥାନ୍ତି। ଆର୍ଜେଣ୍ଟିନା, ଚିଲୀ, ପନାମା, ପରାଗୁଏ, ପେରୁ, ମ୍ୟାକ୍ସିକୋ, କୋଷ୍ଟାରିକା, କ୍ୟୁବା, ଉରୁଗୁଏ ଭେନେଜୁଏଲା ଭଳି ଆଉ କିଛି ସ୍ଥାନରେ ମଧ୍ୟ ଲୋକ ସ୍ପେନିଶ୍ ଭାଷା କହିଥାନ୍ତି।

ଇଂରାଜୀ ଭାଷା : ଦୁନିଆର ପ୍ରଥମ ଅନ୍ତରାଷ୍ଟ୍ରୀୟ ଭାଷା ତଥା କିଛି ସ୍ଥାନରେ ରାଜଭାଷାର ମାନ୍ୟତା ଲାଭ କରିଥିବା ଇଂରାଜୀ ଭାଷା ୩୭.୨ କୋଟି ଲୋକଙ୍କ ଦ୍ୱାରା କୁହାଯାଇଥାଏ।

ଆରବୀ ଭାଷା : ଇସଲାମ୍ ଧର୍ମର ଧର୍ମଭାଷା ହେଉଛି ଆରବୀ ଭାଷା ଯେଉଁଥିରେ କୁରାନ-ଏ-ସରିଫ୍ ଲେଖାଯାଇଛି। ସାଉଦି ଆରବ, ସିରିଆ, ଇରାକ୍, ଲିବିୟା, ସୁଡାନ୍, କତର, ମୋରୋକ୍କୋ ଭଳି କେତେକ ସ୍ଥାନରେ ଏହି ଭାଷା କୁହାଯାଇଥାଏ।

ହିନ୍ଦୀ ଭାଷା : ଭାରତର ପ୍ରମୁଖ ତଥା ରାଷ୍ଟ୍ରଭାଷା ହିନ୍ଦୀକୁ ୨୬ କୋଟି ଲୋକ କହିଥାନ୍ତି। କେନ୍ଦ୍ରରେ ହିନ୍ଦୀ ଭାଷା ପରେ ଦ୍ୱିତୀୟ ସ୍ଥାନରେ ଇଂରାଜୀ ଭାଷା ଆସେ। ନେପାଳ, ମରିଶସ୍, ଫିଜୀ, ଗୟାନା, ସୁରିନାମ୍, ଆମେରିକା, ଜର୍ମାନୀ, ସିଙ୍ଗାପୁରରେ ମଧ୍ୟ ଏହି ଭାଷା ଲୋକମାନେ କହିଥାନ୍ତି। ତେବେ ଆପଣଙ୍କୁ ଏଠାରେ କହି ରଖୁଛୁ କି ନ୍ୟୁଜିଲାଣ୍ଡରେ ହିନ୍ଦୀକୁ ଚତୁର୍ଥ ସର୍ବାଧିକ କୁହାଯାଉଥିବା ଭାଷା କୁହାଯାଇଛି।

ବଙ୍ଗାଳୀ ଭାଷା : ବଙ୍ଗଳାଦେଶ ଏବଂ ଭାରତର ପଶ୍ଚିମ ବଙ୍ଗଳା ଏବଂ ଉତ୍ତର ପୂର୍ବ ଭାରତର ଆସାମ, ତ୍ରିପୁରାରେ କୁହାଯାଉଥିବା ପ୍ରମୁଖ ଭାଷା ଅଟେ। ଦୁନିଆରେ ପ୍ରାୟ ୨୪.୨ କୋଟି ଲୋକଙ୍କ ଦ୍ୱାରା ଏହି ଭାଷା କୁହାଯାଇଥାଏ।