ଟିକେଟ୍ ଦାମ ୨୪୦୦ ! ବାହୁବଳୀର ଆଉ ଏକ ରେକର୍ଡ

36

ଆସନ୍ତାକାଲି ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ସିନେମା ‘ବାହୁବଳୀ – ଦ କନକ୍ଲୁଜନ୍’ । ସିନେମା ଦେଖିବାକୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ । ଆଗୁଆ ଟିକେଟ୍ ବୁକିଂ ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ପୂର୍ବରୁ ଅନେକ ରେକର୍ଡ ବନାଇଥିବା ବାହୁବଳୀ ଏବେ ଆଉ ଏକ ରେକର୍ଡ କରିଛି ନିଜ ନାଁରେ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦାମୀ ସିନେମାର ଟିକେଟ୍ ମଧ୍ୟ ଦାମୀ ।

ଦିଲ୍ଲୀ ସିନେମା ହଲରେ ଏହାର ଦାମ୍ ରହିଛି ୨୪୦୦ ଟଙ୍କା । କେତେକ ହଲରେ ଟିକେଟ୍ ଦାମ ୧୮୦୦ ଥିବା ବେଳେ ଆଉ କେତେକ ହଲରେ ରହିଛି ୨୦୦୦ ଟଙ୍କା । ସେହିପରି ମୁମ୍ବାଇରେ ଟିକେଟର ଦାମ୍ ରହିଛି ୯୦୦ ରୁ ୧୫୦୦ ଟଙ୍କା । ଦେଶର ଅନ୍ୟ ସହରରେ ମଧ୍ୟ ଟିକେଟ୍ ଚଢା ଦରରେ ମିଳୁଛି । ତେବେ ବ୍ୟବସାୟ ଦୃଷ୍ଟିରୁ ଟିକେଟ୍ ଦାମ୍ ଅଧିକ କରାଯାଇଛି ।