ଓଡିଆ ବିଭବ ୱେବସାଇଟର ଭିନ୍ନ ପ୍ରୟାସ, ଗୋଟିଏ କ୍ଲିକରେ ମିଳିବ ୫୦୦୦ ଅଧିକ ପୁରୁଣା ଓଡିଆ ବହି

629

କନକ ବ୍ୟୁରୋ : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କ୍ୃତିର ବିଭିନ୍ନ ସାମଗ୍ରୀକୁ ଏକାଠି ପାଇବା ପାଇଁ ଆରମ୍ଭ ହୋଇଥିବା ୱେବ ସାଇଟ୍କୁ ଇତି ମଧ୍ୟରେ ବର୍ଷେ ପୁରୁଛି । ମାତ୍ର ୬୦ଟି ବହି ଓ କେତେକ ପୁରୁଣା ପତ୍ରିକାକୁ ନେଇ ଆରମ୍ଭ ହୋଇଥିବା ଏହି ସାଇଟ୍ ଏବେ ତାର କାୟା ବିସ୍ତାର କରିଚାଲିଛି । ବର୍ତମାନ ଏହି ୱେବ ସାଇଟରେ ପ୍ରାୟ ୫ ହଜାରରୁ ଅଧିକ ବହି ଉପଲବ୍ଧ ହେଉଛି । ଏହି ସବୁ ବହିକୁ ଯେକେହି ମାଗଣାରେ ଡାଉନଲୋଡ୍ କରି ପାରିବାର ବ୍ୟବସ୍ଥା ରହିଛି । ଏହା ସହ ପ୍ରାୟ ୧୦୦ଟି ଓଡିଆ ପତ୍ରପତ୍ରିକା ଓ ଖବରକାଗଜ ଏହି ଓଡିଆ ବିଭବ ୱେବ ସାଇଟରେ ରଖାଯାଇଛି । ଏସବୁ ପାଇବା ପାଇଁ ସ୍ୱତନ୍ତ୍ର ସୂଚୀ ମଧ୍ୟ ରହିଛି । ଫଳରେ ବ୍ୟବହାରକାରୀ ସହଜରେ ବହି, ପତ୍ରିକା ଓ ଖବରକାଗଜକୁ ଖୋଜି ପାଇ ପାରିବ ।

ପ୍ରଥମ ବର୍ଷ ପୂର୍ତି ଅବସରରେ ଏହି ସାଇଟରେ ପୂଣ୍ଣ ର୍ଚନ୍ଦ୍ର ଓଡିଆ ଭାଷାକୋଷର ଖୋଜି ପାଇବା ଭଳି ବ୍ୟବସ୍ଥା ଏବଂ ୧୦ ହଜାର ବିଶିଷ୍ଟ ଓଡିଆଙ୍କ ବିଷୟରେ ଜାଣିବା ପାଇଁ ଚରିତ କୋଷ ଭଳି ନୂଆ ବିଭାଗ ଆରମ୍ଭ କରାଯାଇଛି । ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ବହୁ ବିଶିଷ୍ଟ ଗବେଷକ, ସାହିତ୍ୟିକ ଉପସ୍ଥିତ ରହି ପରପୀଢୀ ଏବଂ ଗବେଷକ ପାଇଁ ବାସ୍ତବରେ ଏହି ୱେବ ସାଇଟ ରତ୍ନଭଣ୍ଡାର ବୋଲି ମତ ଦେଇଛନ୍ତି । ଆଗକୁ ଏଥିରେ ଅନେକ ନୂଆ ନୂଆ ବିଭାଗ ଯୋଡିବାର ଯୋଜନା ରଖିଛନ୍ତି ୱେବ ସାଇଟର ପ୍ରସ୍ତୁତକାରୀ ସଂସ୍ଥା ସୃଜନିକା । ଏହି କ୍ରମରେ ବହୁ ବିରଳ ପାଣ୍ଡୁଲିପି ମଧ୍ୟ ଉଦ୍ଧାର ହୋଇ ଓଡିଆ ବିଭବ ୱେବ ସାଇଟ ସ୍ଥାନ ପାଇବ ବୋଲି କହିଛନ୍ତି ସୃଜନିକାର ମୁଖ୍ୟ ନିଖିଳ ମୋହନ ପଟ୍ଟନାୟକ ।