କମୁଛି ବର୍ଷା, ଟଳୁଛି ବିପଦ! ଏସଆରସିଙ୍କ ସୂଚନା, ୭ଟି ଜିଲ୍ଲାରେ କମ୍ ବର୍ଷା ହୋଇଥିବାବେଳେ ବଲାଙ୍ଗୀରରେ ହୋଇଛି ସର୍ବାଧିକ ବର୍ଷା

241

କନକ ବ୍ୟୁରୋ: ବର୍ଷା ଓ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସୂଚନା । ଗତ ୨୪ ଘଂଟା ଭିତରେ ବଲାଙ୍ଗୀରରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗୀର ଜିଲ୍ଲାରେ ୧୪୫.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । କେବଳ ବଲାଙ୍ଗୀର ବ୍ଲକରେ ୫୫୫ ମିଲିମିଟର ବର୍ଷା ହୋଇଥିବା ଏସଆରସି କହିଛନ୍ତି । ୧୯ ଟି ବ୍ଲକର ୧୩୫ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ବନ୍ୟାରେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବଲାଙ୍ଗୀରରେ କେବେ ଏମିତି ବର୍ଷା ହୋଇନଥିବା କହିଛନ୍ତି ବିଷ୍ଣୁପଦ ସେଠୀ ।

ଅନ୍ୟପଟେ, ମହାନଦୀରେ ବଡ଼ ବନ୍ୟାର ଆଶଙ୍କା ନଥିବା କହିଛନ୍ତି ଜଳ ସଂପଦ ସଚିବ ପ୍ରଦୀପ ଜେନା । ମଧ୍ୟମ ଧରଣର ବନ୍ୟା ସ୍ଥିତି ଉପୁଜିବ,ତେଣୁ ଭୟଭୀତ ହେବାର ନାହିଁ । ତଳିଆ ଅଂଚଳ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳ ଓଡିଶାରେ ବର୍ଷା ନଥିବାରୁ ବନ୍ୟା ସମ୍ଭାବନା କମ ରହିଛି । ଗୋଟିଏ ଗେଟ ନେଇ ହୀରାକୁଦ ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେବ । ୨ରୁ ୩ଘଂଟା ପରେ ଗେଟ ବନ୍ଦ କରାଯିବ । ଆଜି ରାତି ୩ଟା ସୁଦ୍ଧା ମୁଣ୍ଡଳିରେ ବନ୍ୟା ଜଳ ପହଚିଂବ । ତେଲ ନଦୀରେ ଜଳସ୍ତର କମିଛି । ଏବଂ ଖଇରମାଳ ଉପରେ ସତର୍କ ନଜର ରଖାଯାଇଥିବା ଜଳ ସଂପଦ ସଚିବ କହିଛନ୍ତି ।