କନକ ବ୍ୟୁରୋ : ବାତ୍ୟା ଆଶ୍ରୟ ସ୍ଥଳୀରେ ମିଳିଲାନି ଖାଇବା । ରାତାରାତି ବାତ୍ୟା ଆଶ୍ରୟସ୍ଥଳୀ ଛାଡ଼ି ଗାଁକୁ ଫେରିଲେ ବାତ୍ୟା ବିପନ୍ନ । ରିଲିଫ କ୍ୟାମ୍ପରେ ଠିକ୍ ଭାବରେ ଖାଇବା ମିଳୁନଥିବା ଅଭିଯୋଗ କରି ବାତ୍ୟା ତିତଲି ପରବର୍ତୀ ବର୍ଷାରେ ଧ୍ୱଂଶସ୍ତୁୁୁୁପ ପାଲଟିଥିବା ଗାଁକୁ ଫେରିଲେ ଗ୍ରାମବାସୀ । ଆଉ ରିଲିଫ୍ କ୍ୟାମ୍ପରେ ଭୋଗିଥିବା ଅସୁବିଧାକୁ କେନ୍ଦ୍ର କରି ପ୍ରତିକ୍ରିୟାଶୀଳ ହୋଇ ୧୨ ଘଂଟିଆ ରାସ୍ତାରୋକ କରି ନିଜ ଭିତରେ କୁହୁଳୁଥିବା ଅସନ୍ତୋଷ ଜାହିର କରିଛନ୍ତି ବାତ୍ୟା ବିପନ୍ନ ।
ବାତ୍ୟା ତିତଲି ଯୋଗୁ ସବୁଠାରୁ ବେଶି କ୍ଷତି ସହିଥିବା ଗଜପତି ଜିଲ୍ଲା ନୂଆଗଡ ବ୍ଲକ ରାଗେଇଝୁଲି ଗାଁର ଘଟଣା । ଖୋଲା ଆକାଶ ତଳେ ବିତୁଛି ଲୋକଙ୍କ ଜୀବନ । କିଏ ଛୁଆ ପିଲା ଧରି ଅସହାୟ ଭାବେ ପଡି ରହିଛି ତ ପୁଣି କିଏ ଭଙ୍ଗା ଘର କାନ୍ଥ ତଳେ ବସିରହିଛି । ସବୁଠାରୁ ଦୁଭାର୍ଗ୍ୟର କଥା ହେଉଛି ଏମାନେ ସମସ୍ତେ ପ୍ରଶାସନର ଆଶ୍ରୟସ୍ଥଳୀରେ ରହୁଥିଲେ । କିନ୍ତୁ ନୂଆଗଡ ବ୍ଲକ ଖଜୁରିପଦା ରିଲିଫ କ୍ୟାମ୍ପରେ ଖାଇବାକୁ ନମିଳିବାରୁ ରାତାରାତି ଶହ ଶହ ଲୋକେ ସରକାରୀ ଆଶ୍ରୟସ୍ଥଳୀକୁ ଛାଡି ବନ୍ୟାର ବିଭିଷୀକାରେ ଧ୍ୱଂସ ହୋଇଯାଇଥିବା ଗାଁକୁ ଫେରିଆସଛନ୍ତି । ଗାଁରେ ପହଂଚି ହାତରେ ରାନ୍ଧି ଖାଇଛନ୍ତି । ଏହା ପରେ ଖବରପାଇ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/PHOTO-01021122.jpg)
/kanak/media/post_attachments/wp-content/uploads/2018/10/cyclone-titli-social-300x158.jpg)