ରାଜ୍ୟରେ ଦୁର୍ବଳ ମୌସୁମୀ : ପାଣିପାଗ କେନ୍ଦ୍ରର ସୂଚନା ଆସନ୍ତା ୨୮ରୁ ସକ୍ରିୟ ହେବ ମୌସୁମୀ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡ଼ିଶାରେ କମ ରହିଛି ମୌସୁମୀ ପ୍ରଭାବ । ଏପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨୫% କମ ମୌସୁମୀ ବର୍ଷା ରେକର୍ଡ କରାଯାଇଥିବା କହିଛନ୍ତି ପାଣିପାଗ ବିଭାଗର ନିର୍ଦେଶକ ଶରତ ସାହୁ । ତେବେ ଆସନ୍ତା ୨୭ରୁ ୨୮ ଭିତରେ ରାଜ୍ୟ ସମସ୍ତ ସ୍ଥାନରେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ସକ୍ରୀୟ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ୨୪ ଘଂଟା ମଧ୍ୟରେ ଉପକୂଳ ଓଡ଼ିÿଶାରେ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଶରତ ସାହୁ ।