ଚାଷୀକୂଳକୁ ଆଶ୍ୱସ୍ତ ! ଚଳିତ ବର୍ଷ ସ୍ୱାଭାବିକ ରହିପାରେ ମୌସୁମୀ

0

କନକ ବ୍ୟୁରୋ : ଚାଷୀ ଓ ଦେଶର ଅର୍ଥନୀତି ପାଇଁ ଖୁସିଖବର । ଏଥର ମୌସୁମୀ ସ୍ୱାଭାବିକ ରହିବ ।  ଆଜି ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ ଏଥର ସ୍ୱାଭାବିକ ରହିବା ସହ ବର୍ଷା ୯୬ ପ୍ରତିଶତ ରହିବ ବୋଲି କୁହାଯାଇଛି । ସାଧାରଣତଃ ୯୬ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ବର୍ଷାବୋଲି କୁହାଯାଇଥାଏ । ୯୬ ପ୍ରତିଶତକୁ କମ ବର୍ଷାକୁ ସ୍ୱାଭାବିକଠାରୁ କମ୍  ଓ ୧୦୪ରୁ ୧୧୦ ପ୍ରତିଶତ ବର୍ଷାକୁ ସ୍ୱାଭାବିକଠାର ଅଧିକ ବର୍ଷାବୋଲି କୁହାଯାଇଥାଏ  । ଏ ବର୍ଷ ବର୍ଷା ସ୍ୱାଭାବିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଘୋଷଣା ପରେ ଫସଲ ଭଲ ହେବା ଆଶା କରାଯାଉଛି  ।

Comments are closed.