୫୧ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କଲେ ଜୈନମୁନି ତରୁଣ ସାଗର! ଏକଦା ଅନେକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ।

91

ଲୋକପ୍ରିୟ ଜୈନମୁନି ତରୁଣ ସାଗରଙ୍କ ୫୧ ବର୍ଷ ବୟସରେ ପରଲୋକ ଘଟିଛି । ଦିଲ୍ଲୀର ସାହଦରା କୃଷ୍ଣନଗରରେ ଆଜି ପ୍ରାତଃ ୩.୧୮ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ । ସେ ଜଣ୍ଡିସ୍ ରୋଗରେ ପୀଡିତ ଥିଲେ ଏବଂ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସୀତ ହେଉଥିଲେ । ତେବେ ସୁତ୍ରରୁ ଜଣାପଡିଛି ଯେ ତାଙ୍କୁ ଉପରେ ଔଷଧର କୌଣସି ପ୍ରଭାବ ପଡୁନଥିଲା । ଯେଉଁଥିପାଇଁ ଜୈନମୁନି ଚିକିତ୍ସା କରିବା ପାଇଁ ମଧ୍ୟ ମନା କରିଦେଇଥିଲେ ଏବଂ ଜୈନ ମନ୍ଦିର ଚତୁର୍ମାସ ସ୍ଥଳ ଯିବାକୁ ନିର୍ଣ୍ଣୟ ନେଇଥିଲେ ।  ତେବେ ତାଙ୍କର ଅନ୍ତିମ ସଂସ୍କାର ଅପରାହ୍ନ ୩ ଟା ସମୟରେ ଦିଲ୍ଲୀର ମେରଠସ୍ଥିତ ତରୁଣସାଗରମ୍ ତୀର୍ଥରେ ଆୟୋଜିତ ହେବ ।

ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ :

ଲୋକପ୍ରିୟ ଜୈନ ସନ୍ଥ ହେବା ସହ ତରୁଣ ସାଗର ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଥିଲେ । ଏମିତିକି ବିଭିନ୍ନ ବିଧାନସଭାରେ ମଧ୍ୟ ସେ ପ୍ରବଚନ ଦେଇଥିଲେ । ହରିୟାଣା ବିଧାନସଭାରେ ତାଙ୍କ ପ୍ରବଚନ ଖୁବ୍ ବିବାଦୀୟ ହୋଇଥିଲା ଏବଂ ଏହାପରେ ସଂଗୀତକାର ବିଶାଳ ଡଡଲାନୀଙ୍କ ଗୋଟିଏ ଟ୍ୱିଟ୍ ମଧ୍ୟ ବିବାଦକୁ ଡାକରା ଦେଇଥିଲା ଏବଂ ପରେ ବିଶାଳଙ୍କୁ ଏହାର କ୍ଷମା ମଧ୍ୟ ମାଗିବାକୁ ପଡିଥିଲା । ଏହି ବିବାଦ ପରଠାରୁ ଆମ୍ ଆଦମୀ ପାର୍ଟି ସହ ଜଡିତ ଥିବା ସଂଗୀତକାର ବିଶାଳ ଡଡଲାନୀଙ୍କୁ ରାଜନୀତି ମଧ୍ୟ ଛାଡିବାକୁ ପଡିଥିଲା ।

ଜୈନମୁନି ତରୁଣ ସାଗରଙ୍କ ଜନ୍ମ ମଧ୍ୟ ପ୍ରଦେଶର ଦମୋହରେ ୧୯୬୭ ମସିହା ଜୁନ୍ ୨୬ ତାରିଖରେ ହୋଇଥିଲା । ତେବେ ସେ ଛତିଶଗଡରେ ଜୈନ ଦିକ୍ଷା ନେବା ପାଇଁ ୧୯୮୧ ମସିହା ମାର୍ଚ୍ଚ ୮ ତାରିଖରେ ଗୃହତ୍ୟାଗ କରିଥିଲେ ।