ମାଳଦ୍ୱୀପ ସଂସଦରୁ ପାକିସ୍ତାନକୁ ଟାର୍ଗେଟ୍ କଲେ ମୋଦି । କହିଲେ, ଦେଶ-ସମର୍ଥିତ ଆତଙ୍କବାଦ ବନ୍ଦ ହେବା ଆବଶ୍ୟକ ।

145

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାଳଦ୍ୱୀପର ସଂସଦରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ ଆତଙ୍କବାଦର ମୂଳୋତପାଟନ ପାଇଁ ସମଗ୍ର ବିଶ୍ୱରେ ସହମତି ସୃଷ୍ଟି ହେବା ଆବଶ୍ୟକ । ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ବିଶ୍ୱରେ ଦେଶ-ସମର୍ଥିତ ଆତଙ୍କବାଦ ବନ୍ଦ ହେବା ଆବଶ୍ୟକ ।

ଆତଙ୍କବାଦକୁ କୌଣସି ଏକ ଦେଶ ସମର୍ଥନ କଲେ ତାହା ସମଗ୍ର ବିଶ୍ୱ ପାଇଁ ଏକ ବିପଦରେ ପରିଣତ ହୁଏ । ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡୋ-ପାସିଫିକ ଅଂଚଳ ସମଗ୍ର ବିଶ୍ୱ ବାଣିଜ୍ୟ ପାଇଁ ଏକ ଲାଇଫଲାଇନ । ଏ ଅଂଚଳରେ ମୁକ୍ତ ବାଣିଜ୍ୟ କାରବାର ହେଲା ତାହା ସମସ୍ତଙ୍କ ପାଇଁ ମଙ୍ଗଳକର ହେବ । ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ମାଳଦ୍ୱୀପ ଓ ଭାରତ ମଧ୍ୟରେ ଶହ ଶହ ବର୍ଷର ବାଣିଜ୍ୟିକ ସଂପର୍କ ରହିଛି । ମାଳଦ୍ୱୀପର ବିକାଶ ଦିଗରେ ଭାରତ ସହାୟତା ଅବ୍ୟାହତ ରଖିବ ।