ପରିବେଶକୁ କିପରି ରଖିବେ ନିର୍ମଳ? ମୋଦିଙ୍କ ସ୍ୱଚ୍ଚତା ମନ୍ତ୍ର

28

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ରଚିତ ପୁସ୍ତକ ‘ମାତୋଶ୍ରୀ’ର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁସ୍ତକର ଉନ୍ମୋଚନ କରିଥିଲେ । ତାଙ୍କ ନିକଟରେ ଉପସ୍ଥିତ ଥିଲେ ସୁମିତ୍ରା ମହାଜନ, ଅନନ୍ତକୁମାର ।

କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କି, ଯେତେବେଳେ ମୋଦି ପୁସ୍ତକର ରାପର୍ ଖୋଲିବା ସେତେବେଳେ ସେ ତାର କଭର ଓ ରିବନକୁ ନିଜ ଜ୍ୟାକେଟର ପକେଟରେ ପୂରାଇ ଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏପରି କାର୍ଯ୍ୟ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଲୋକସଭା ବାଚସ୍ପତି, ମୋଦିଙ୍କ କାର୍ଯ୍ୟ ଦେଖି ହସି ପକାଇଥିଲେ । ଏହି ଚିତ୍ର ପ୍ରମାଣ କରୁଛି ସ୍ୱଚ୍ଛ ଭାରତ ନେଇ ମୋଦିଙ୍କ କେତେ ଆନ୍ତରିକତା ଓ ପ୍ରତିବଦ୍ଧତା ରହିଛି । ପ୍ରଧାନମନ୍ତ୍ରୀ ଏପରି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।