କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟରେ ଆଜି ପୂରା ଦେଶରେ ୧୧୭ ସିଟରେ ଭୋଟ ଗ୍ରହଣ ଚାଲିଛି । ଯେଉଁଥିରେ ଗୁଜୁରାଟର ୨୬ଟି ସିଟ୍ ମଧ୍ୟ ରହିଛି । ଆଉ ଏସବୁ ଭିତରେ ନରେନ୍ଦ୍ର ମୋଦି ଅହମ୍ମଦାବାଦରେ ମତଦାନ କରିଛନ୍ତି । ଭୋଟ ଦେବା ପରେ ଜିତିବାର ସଂକେତ ଦେଇ ଦୁଇ ଆଙ୍ଗୁଳି ଦେଖାଇଥିଲେ ମୋଦି । ପରେ ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରିବା ସହ ଲୋକଙ୍କ ସହ କିଛି ସମୟ ପାଇଁ ବାର୍ତ୍ତାଳାପ କରିଥିଲେ ପ୍ରଧାନମନ୍ତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
Gujarat: Prime Minister Narendra Modi arrives to cast his vote at polling booth in Nishan Higher Secondary School in Ranip, Ahmedabad; BJP President Amit Shah also present pic.twitter.com/wu3Y5EopRF
— ANI (@ANI) April 23, 2019
ଭୋଟ ଦେବାକୁ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଏକ ଖୋଲା ଜିପରେ ପୋଲିଂ ବୁଥରେ ପହଞ୍ଚିଥିଲେ ମୋଦି । ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କୁ ସ୍ୱାଗତ କରିଥିଲେ । ତେବେ ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ପହଞ୍ଚିବା ପୂର୍ବରୁ ମୋଦିଙ୍କ ହାତରେ ଜଣେ ଛୋଟ ଝିଅକୁ ଦେଖିବାକୁ ମିଳିଥିଲା । ଯାହା ସଙ୍ଗରେ ମୋଦି କିଛି ସମୟ ଖେଳିବା ପରେ ତାଙ୍କ ସହ ମିଶି ବିଜୟସୂଚକ ସଂକେତ ଦେଖାଇଥିଲେ । ତେବେ ଏହି ଛୋଟ ଝିଅଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କିଏ ସେହି ଛୋଟ ଝିଅ ଯାହାଙ୍କ ସହ ମୋଦି ଖେଳିବା ପରେ ଭୋଟ ଦେବାକୁ ଯାଇଥିଲେ ତାହା ଜାଣିବା ପାଇଁ ମଧ୍ୟ ଲୋକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।
ଭୋଟ ଦେବା ପୂର୍ବରୁ ମୋଦି ଯେଉଁ ଛୋଟ ଝିଅ ସହ ଖେଳୁଥିଲେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନାତୁଣୀ ବୋଲି ଜଣାପଡିଛି । ମୋଦି ଭୋଟ ଦେବା ପୂର୍ବରୁ ଶାହାଙ୍କ ପୂରା ପରିବାର ପୋଲିଂ ବୁଥରେ ପାଖରେ ଉପସ୍ଥିତ ରହିଥିଲେ । ଆଉ ମୋଦି ବୁଥ ନିକଟରେ ପହଞ୍ଚିବା ପରେ ଶାହାଙ୍କ ନାତୁଣୀ ସହ ଖେଳିବାର ସୁଯୋଗକୁ ଆଦୌ ହାତଛଡା କରିନଥିଲେ । ଯାହାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭୋଟ ଦେବା ପରେ ମୋଦି କହିଥିଲେ, ମୋ କର୍ତ୍ତବ୍ୟ ପାଳନ କରିବାକୁ ସୁଯୋଗ ମିଳି ଥିବାରୁ ମୁଁ ସୌଭାଗ୍ୟ ମନେ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କୁମ୍ଭରେ ସ୍ନାନ କରିବା ପରେ ଯେଉଁ ଆନନ୍ଦ ମିଳିଥାଏ ଭୋଟ ଦେବା ପରେ ମଧ୍ୟ ସେହିଭଳି ଆନନ୍ଦ ମିଳିଛି ବୋଲି ମୋଦି କହିଛନ୍ତି ।