କନକ ବ୍ୟୁରୋ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛି କଂଗ୍ରେସ । ଟୁଇଟ୍ କରି ମୋଦୀ ଏକ ବଡ଼ ଘୋଷଣା ନ କରି ଜନତାଙ୍କଠାରୁ ଲୁଚାଇ ରଖିଛନ୍ତି ବୋଲି କଂଗ୍ରେସର ପ୍ରବକ୍ତା ରଣଦୀପ୍ ସିଂହ ସୁରଜେଓ୍ଵାଲା ଆରୋପ ଲଗାଇଛନ୍ତି । ମେ ୨୩ ପରେ ପେଟ୍ରୋଲ-ଡିଜେଲ ଦର ୫-୧୦ଟଙ୍କା ବଢ଼ାଇବା ପାଇଁ ମୋଦୀ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ନିଜ ଟୁଇଟରେ ଜଣାଇଛନ୍ତି ରଣଦୀପ୍ ।
मोदी जी जनता को ये नहीं बता रहें है कि जनता की आँख में धूल झोंकने व वोट बटोरने के लिए, उन्होंने 23 मई तक तेल कंपनियों को पेट्रोल-डीज़ल की क़ीमते न बढ़ाने का निर्देश दिया है।
23 मई की शाम को ही पेट्रोल-डीज़ल की कीमतें ₹5-10 बढ़ाने की तैयारी है।
पर जनता इस छलावे में नहीं आएगी!4/
— Randeep Singh Surjewala (@rssurjewala) April 23, 2019
ଟୁଇଟରେ ଲେଖାଯାଇଛି, ଭାରତରେ ମତଦାନ ଚାଲୁଥିବାରୁ ମୋଦୀ ଏ ପର୍ଯ୍ୟନ୍ତ ପେଟ୍ରେଲ-ଡିଜେଲ ଦର ବଢ଼ିବା ନେଇ କୌଣସି ଘୋଷଣା କରି ନାହାନ୍ତି । କିନ୍ତୁ ମେ ୨୩ରେ ଫଳାଫଳ ଘୋଷଣା ହେବା ପରେ ସେ ଭାରତବାସୀଙ୍କୁ ବଡ଼ ଝଟକା ଦେବେ । ମେ ୨୩ ପରେ ପେଟ୍ରୋଲ-ଡିଜେଲ ଦର ୫-୧୦ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବ, ଯାହା ପାଇଁ ଏବେଠାରୁ ନିଷ୍ପତ୍ତି ନିଆ ଯାଇ ସାରିଛି । କମ୍ପାନୀକୁ ଏବେ ଦର ବଢ଼ାଇବା ପାଇଁ ମୋଦୀ ମନା କରିଥିବା ବେଳେ ମେ ୨୩ତାରିଖ ସଂନ୍ଧ୍ୟା ସମୟରେ ହିଁ ଦରକୁ ବଢ଼ାଇ ଦିଆଯିବ । କିନ୍ତୁ ଜନତା ମୋଦୀଙ୍କ ଏହି ଜାଲରେ ଫସିବେ ନାହିଁ ବୋଲି ଲେଖିଥିଲେ ରଣଦୀପ୍ । ରଣଦୀପ୍ଙ୍କର ଏଭଳି ଟୁଇଟ୍କୁ କିଛି ଲୋକେ ଭୋଟ୍ ପାଇଁ ମିଥ୍ୟା ପ୍ରଚାର କରୁଥିବା କହିବା ଆରମ୍ଭ କରିଛନ୍ତି ।