ଜୟପୁରରେ ପ୍ରଧାନମନ୍ତ୍ରୀ : ଆଜିଠୁ ଓଡିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ମୋଦି

192

ଜେୟପୁରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଙ୍କବିଜା ପଡିଆରେ ଜନତାଙ୍କୁ ସମ୍ବୋଧନ କରିବେ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ପ୍ରଚାର ଆରମ୍ଭ କରିବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ପ୍ରାଣକେନ୍ଦ୍ର ଜୟପୁରରୁ ଏହି ଅଭିଯାନ ଆରମ୍ଭ କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜୟପୁରର ବାଙ୍କବିଜା ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି କୋରାପୁଟ ଓ ନବରଙ୍ଗପୁର ଲୋକସଭା ସମେତ ୧୪ ଟି ବିଧାନସଭା ଆସନର ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ଆଜି ତେଲେଙ୍ଗାନା ମଧ୍ୟ ଗସ୍ତ କରିବେ ମୋଦି । ସେଠାରେ ମଧ୍ୟ ସେ ନିଜର ପ୍ରଚାର ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଂଚିଲେ ମୋଦି । ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।