ଦିନେ ମୋଦି କରିଥିଲେ ସମ୍ମାନିତ ! ଦେଶ ପାଇଁ ସ୍ୱପ୍ନ ଦେଖୁଥିବା ଯୁବତୀ ଏବେ ଫୁଟପାଥରେ

40

ଫୁଟପାଥର ଝାଟିମାଟି ଘର କୋଣରେ ରହି ବି ଦେଶପାଇଁ ସ୍ୱପ୍ନ ଦେଖିହୁଏ । ଯେତେ ଝଡଝଂଜା ଆସିଲେ ବି ଲକ୍ଷ୍ୟପଥରୁ ନହଟିବାକୁ ଶପଥ ନିଏ । ଆଉ ତାପରେ ଆରମ୍ଭ ହୁଏ ସ୍ୱପ୍ନ ପାଇଁ ସଂଘର୍ଷ ।ଲକ୍ଷ୍ୟ ବିହୀନ ଜୀବନର ମାନେ କିଛି ନଥାଏ । ଆଉ ଦେଖିଥିବା ଲକ୍ଷ୍ୟ ପୂରଣ ହୋଇନପାରିଲେ ଜୀବନର ସ୍ୱାଦ ବି ଫିକା ପଡିଯାଏ । ଗରିବୀ, ଅଭାବ-ଅନଟନ ସହ ବିଭିନ୍ନ ସମସ୍ୟାରୁ ଜନ୍ମ ନେଇଥାଏ ପ୍ରତିଭା । ଆଉ ସେହି ପ୍ରତିଭାକୁ ଯିଏ ଉପଯୁକ୍ତ ବିନିଯୋଗ କରିପାରେ ସେ ହିଁ ସମସ୍ତଙ୍କ ପାଇଁ ପାଲଟିଯାଏ ପ୍ରେରଣା ଓ ଉଦାହରଣ । ସମୁଦ୍ରର ଜୁଆରରେ ଭଟ୍ଟା ଆସିଲା ଭଳି ପ୍ରତି ମୁହୁର୍ତ୍ତ ରେ ଅଭାବ ସହ ସମାନ୍ତରାଳ ଭାବେ ଜୀବନ ବିତାଉଥିବା ଜଣେ ଦୀପ୍ତିବାନ ପ୍ରତିଭା ସଫଳ ହେବା ପାଇଁ ନିଜର ସମସ୍ତ ଦୁଃଖ-କଷ୍ଟକୁ ଭୂଲି ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି ।

ମୁମ୍ବାଇର ଫୁଟପାଥରେ ରହନ୍ତି ସେହି ବାଳିକା । ସ୍ୱପ୍ନ, ଦେଶ ପାଇଁ ଗୌରବ ଆଣିବା । କିନ୍ତୁ ତାଙ୍କ ଲ୍କ୍ଷ୍ୟପଥରେ ପ୍ରତିବନ୍ଧକ ସାଜିଛି ଅର୍ଥ । ତଥାପି ହାର ମାନିନାହାନ୍ତି କିମ୍ବା ଥକି ପଡିନାହାନ୍ତି । ଆଗେଇ ଚାଲିଛନ୍ତି ସ୍ୱପ୍ନକୁ ସାକାରକରିବା ଉଦ୍ଦେଶ୍ୟରେ । ଧୀରମନ୍ଥର ଗତିରେ ଆଗେଇ ଚାଲିଛନ୍ତି ମେରି ପ୍ରକାଶ ନାଇଡୁ । ନାଇଡୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବି ସମ୍ମାନିତ ହୋଇଛନ୍ତି । ଦିଲ୍ଲୀରେ ମିଶନ-୧୧ କାର୍ଯ୍ୟକ୍ରମରେ ଅଂଶ ହୋଇଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ମାନିତ କରିଥିଲେ ।
ମେରି ପ୍ରକାଶ ନିଜ ପରିବାର ସହ ଫୁଟପାଥରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି ।

କିନ୍ତୁ ଭାରତ ପାଇଁ ଫୁଟବଲ ଖେଳିବାକୁ ସେ ସ୍ୱପ୍ନ ଦେଖିଛନ୍ତି । ତାଙ୍କର ପ୍ରିୟ ଖେଳ ଫୁଟବଲ ଓ ଦେଶ ପାଇଁ ପାଇଁ ଖେଳିବାକୁ ସ୍ୱପ୍ନ ଦେଖିଛନ୍ତି । ଆଉ ଏଥିପାଇଁ କଠିନ ପରିଶ୍ରମ କରୁଛନ୍ତି ମେରି । କିନ୍ତୁ ତାଙ୍କର ସ୍ୱପ୍ନର ବାଟ ରୋକିଛି ଅର୍ଥ । ତେଣୁ ନିଜକୁ ଭଲଭାବରେ ପ୍ରସ୍ତୁତ କରିୁପାରୁନାହାନ୍ତିା  ମୁମ୍ବାଇ ଇନ୍ଦ୍ରନଗର ନିକଟସ୍ଥ କିଙ୍ଗସ ସର୍କଲ ଷ୍ଟେସନ ନିକଟରେ ଏକ ପାଣି ପାଇପ ଲାଇନ କଡରେ ପୋଷ୍ଟର, ବ୍ୟାନରରେ ନିର୍ମିତ ଝାଟିମାଟି ଘରେ ରହୁଛନ୍ତି ଦେଶ ପାଇଁ ସ୍ୱପ୍ନ ଦେଖୁଥିବା ବାଳିକା ମେରୀ ।

ବକ୍ସିଂରେ ଜିତିଥିଲେ ସ୍ୱର୍ଣ୍ଣ, ଦୁଃଖରେ କଟିଥିଲା ପିଲାଦିନ

ନିରବଚ୍ଛିନ୍ନ ଭାବରେ ଦୁଃଖକଷ୍ଟରେ ଜୀବନ ବିତାଉତିଲେ ବି ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନାହାନ୍ତି । ଅନେକ ସମସ୍ୟା ଭିତରେ ପଡିଆକୁ ଓହ୍ଲାଇ ନିଜର କରିସ୍ମା ଦେଖାଇଛନ୍ତି ।ପ୍ରତି ମ୍ୟାଚରେ ଦେଖାଇଛନ୍ତି ନିଜ ଟ୍ୟାଲେଂଟ । ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଗତ ଆଠ ବର୍ଷ ହେଲା ସେ ଫୁଟପାଥରେ ପଡିରହିଛନ୍ତି ।

ଇନ୍ଦ୍ରାନଗର ବସ୍ତିରେ ମେରୀ ରହୁଥିବା ସମୟରେ କର୍ପୋରେସନ ରାସ୍ତାକାମ କରିବା ସମୟରେ ତାଙ୍କର ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଥିଲା । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ସମ୍ମାନିତକରିବା ପରେ ତାଙ୍କ ସ୍ୁଲ ପକ୍ଷରୁ ତାଙ୍କୁ ୨୫ ହଜାର ଟଙ୍କା ମିଳିଥିଲା ।ନିଜର ସାହସ, ଅସୀମ ଧୈର୍ଯ୍ୟ ତାଙ୍କ ଲକ୍ଷ୍ୟରେ ବାଧକ ସାଜିନାହିଁ, ଅର୍ଥାଭାବ ତାଙ୍କ ଇଚ୍ଛାକୁ ମାରିପାରିନାହିଁ, ସମସ୍ୟାବହୁଳ ଜୀବନ ଫୁଟବଲ ଖେଳିବାକୁ ଅଟକାଇପାରିନାହିଁ । ଗୋଟିଏ ଲକ୍ଷ୍ୟ ଦେଶ ପାଇଁ ଖେଳିବେ, ଦେଶର ନାଁ ରଖିବେ ଆଉ ବିଶ୍ୱଦରବାରରେ ଭାରତର ଗର୍ବକୁ ଦ୍ୱିଗୁଣିତ କରିବେ । ଜଣେ ଛାତ୍ରୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସମସ୍ତେ ।